ETV Bharat / state

ଘନ କୁହୁଡିରେ ଲୁଚି ଯାଉଛି ରାସ୍ତାଘାଟ, ଭାରସାମ୍ଯ ହରାଇ ଦୁଇ କାର ଦୁର୍ଘଟଣାଗ୍ରସ୍ତ

author img

By

Published : Dec 26, 2022, 2:49 PM IST

Updated : Dec 26, 2022, 3:41 PM IST

ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣା । ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ ।

road accident
ସଡ଼କ ଦୁର୍ଘଟଣା

ଭାରସାମ୍ଯ ହରାଇ ଦୁଇ କାର ଦୁର୍ଘଟଣାଗ୍ରସ୍ତ

ଭଦ୍ରକ: ଘନ କୁହୁଡି ଯୋଗୁଁ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଗେଲପୁର ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କାର । ଏଥିରେ ତିନି ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ପାରାଦ୍ୱୀପ ମହୋତ୍ସବର ଶୁଭାରମ୍ଭ, 7ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ ମଞ୍ଚ

କାର ଦୁଇଟି ଭୁବନେଶ୍ବରରୁ କୋଲକାତା ଅଭିମୁଖେ ଯାଉଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲୁଥିବା ଯୋଗୁଁ ଏକାଧିକ ସ୍ଥାନରେ ରାସ୍ତାକୁ ଡାଇଭର୍ସନ କରାଯାଇଛି। ତେବେ ଅତ୍ଯଧିକ ଘନ କୁହୁଡ ଥିବା ଦୃଷ୍ଟିରୁ ଗେଲପୁର ଛକ ନିକଟରେ ଥିବା ଡାଇଭର୍ସନକୁ ଜାଣିପାରିନଥିଲେ କାର ଡ୍ରାଇଭର । ଫଳରେ ଭାରସାମ୍ଯ ହରାଇ ଡାଇଭର୍ସନ ପାଇଁ ଥିବା ଅସ୍ଥାୟୀ ପ୍ରାଚୀର ଉପରକୁ ମାଡିଯାଇ ଓଲଟି ପଡିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: କୁହୁଡିରେ ଲୁଚିଗଲା ରାଜଧାନୀ, ଦିଶୁନି ରାସ୍ତାଘାଟ

ଏହି ଦୁର୍ଘଟଣାରେ 3 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 16 ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟରେ ଆହେତୁକ ବିଳମ୍ବ ଯୋଗୁଁ ଏହିପରି ଏକାଧିକ ଦୁର୍ଘଟଣା ଘଟୁଛି । ଫଳରେ ଅନେକ ଧନ ଜୀବନ ହାନୀ ହେଉଛି । ଘନ କୁହୁଡି ଯୋଗୁଁ ଆଗାମୀ ଦିନରେ ଏହିପରି ଦୁର୍ଘଟଣାର ମାତ୍ରା ବଢ଼ିପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି ।

ଇଟିଭି ଭାରତ, ଭଦ୍ରକ

Last Updated : Dec 26, 2022, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.