ETV Bharat / state

ଝିଅକୁ ଦେଖିବା ଆଗରୁ ଟ୍ରେନ ଧକ୍କାରେ ବୃଦ୍ଧ ମୃତ

author img

By

Published : Aug 13, 2019, 9:11 PM IST

ଝିଅକୁ ଦେଖିବା ରହିଗଲା ଅଧା । ଲେବଲ କ୍ରସିଂ ପାର ହେଉଥିବା ବେଳେ ବୃଦ୍ଧଙ୍କ ଉପରେ ମାଡିଗଲା ଟ୍ରେନ । ଘଟଣାସ୍ଥଳରେ ଚାଲିଗଲା ପ୍ରାଣ । ଭଦ୍ରକ ଚରମ୍ପା ତାରିଣୀ ଲେବେଲ କ୍ରସିଂ ନିକଟରେ ଘଟିଛି ଏହି ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ଏମିତିବି ଆସେ ମୃତ୍ୟୁ । ପରିଣତ ବୟସରେ ଝିଅକୁ ଦେଖିବାକୁ ଝିଅ ଶାଶୂ ଘରକୁ ଯାଉଥିବା ବେଳେ ବାପାଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ । ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଚରମ୍ପା ତାରିଣୀ ଲେବେଲ କ୍ରସିଂ ନିକଟରେ । ଲେବେଲ କ୍ରସିଂ ପାର ହେଉଥିବା ସମୟରେ ମାଡିଗଲା ଟ୍ରେନ । ଆଉ ଆଖି ପିଛୁଳାକେ ଚାଲିଗଲା ବୃଦ୍ଧଙ୍କ ଜୀବନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

ମୃତକ ଅର୍ଣ୍ଣପାଳ ଭଟ୍ଟପୁର ଗ୍ରାମର ଅର୍ଜୁନ ବେହେରା ବୋଲି ଜଣାପଡିଛି । 84 ବର୍ଷ ବୟସରେ ମଣିଷ ଚାଲିବାକୁ ଶକ୍ତି ନଥାଏ, କିନ୍ତୁ ଅର୍ଜୁନ ନିଜ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଟଙ୍କା ନେଇ ଜିନିଷ ପତ୍ର କିଣି ଚରମ୍ପା ବରାଳପୋଖରୀ ସ୍ଥିତ ନିଜ ଝିଅ ଘରକୁ ଯାଉଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଝିଅକୁ ଦେଖିବା ଆଗରୁ ଆଖି ବୁଜିଲା ବାପା ।

ବୟସାଧିକ କାରଣରୁ ଟ୍ରେନର ଶବ୍ଦ କି ହର୍ଣ୍ଣ ଶୁଭୁନଥିଲା । ଏହି ସମୟରେ ଟ୍ରେନ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଘଟଣା ଜଣାପଡିବା ପରେ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଏମିତିବି ଆସେ ମୃତ୍ୟୁ। ପରିଣତ ବୟସରେ ଝିଅର ଖୁସି ଦେଖିବାକୁ ଯାଉଥିବା ବାପାଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ। Body:ଏମିତିବି ଆସେ ମୃତ୍ୟୁ। ପରିଣତ ବୟସରେ ଝିଅର ଖୁସି ଦେଖିବାକୁ ଯାଉଥିବା ବାପାଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏମିତି ଦୁଃଖ ଭରା ଘଟଣା ଘଟିଛି ଭଦ୍ରକ ଚରମ୍ପା ତାରିଣୀ ଲେବେଲ କ୍ରସିଂ ନିକଟରେ। ଲେବେଲ କ୍ରସିଂ ପାର ହଉଥିବା ସମୟରେ ଲୌହ ଦାନବର ମାଡ଼ରେ ପ୍ରାଣ ହରାଇଥିଲେ ବୃଦ୍ଧ ଜଣକ। ମୃତ ବୃଦ୍ଧ ଜଣକ ହେଲେ ଅର୍ଣ୍ଣପାଳ ଭଟ୍ଟପୁର ଗ୍ରାମର ଅର୍ଜୁନ ବେହେରା। 84 ବର୍ଷ ବୟସରେ ମଣିଷ ଚାଲିବାକୁ ଶକ୍ତି ନଥାଏ, କିନ୍ତୁ ଅର୍ଜୁନ ନିଜ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଟଙ୍କା ନେଇ ଜିନିଷ ପତ୍ର କିଣି ଚରମ୍ପା ବରାଳପୋଖରୀ ସ୍ଥିତ ନିଜ ଝିଅ ଘରକୁ ଯାଉଥିଲେ। ବିଧିର ବିଡମ୍ବନା କିଏ ଜାଣିଥିଲା ଶେଷ ସମୟରେ ନିଜ ଝିଅର ଖୁସି ଦେଖିବା ବାପା ପାଇଁ ସ୍ବପ୍ନ ହୋଇଯିବ ବୋଲି। ଚରମ୍ପା ଲେବେଲ କ୍ରସିଂ ନିକଟରେ ଗେଟ ପାର ହଉଥିବା ସମୟରେ ଟ୍ରେନରେ କଟି ଚାଲିଗଲା ବୃଦ୍ଧଙ୍କ ଜୀବନ। ବୟସାଧିକ କାରଣରୁ ଟ୍ରେନର ଶବ୍ଦ କି ହର୍ନ ଶୁଭୁନଥିବାରୁ ବୃଦ୍ଧଙ୍କ ଜୀବନ ଚାଲିଗଲା। କିନ୍ତୁ ପରେ ଏହି ବୃଦ୍ଧ ଜଣକ ନିଜ ଭତ୍ତା ଟଙ୍କାରେ ଜିନିଷ ପତ୍ର କିଣି ଝିଅର ଖୁସି ଦେଖିବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣାରେ ଜୀବନ ଚାଲିଗଲା କଥା ଜଣା ପଡିବା ପରେ ଶୋକର ଛାୟା ଖେଳିଯାଇଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.