ETV Bharat / state

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଜର୍ଦ୍ଦା ମାଫିଆଙ୍କ ଆକ୍ରମଣ ଘଟଣା, 2 ଗିରଫ - ନକଲି ଜର୍ଦ୍ଦା କରାବାର

ନକଲି ଜର୍ଦ୍ଦା କାରବାର ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏହି ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଭିଡିଓ ଉତ୍ତୋଳନ କରୁଥିବାବେଳେ କିଛି ଜର୍ଦା ମାଫିଆ ଓ ତାଙ୍କ ଲୋକମାନେ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଛଡାଇବା ସହ ମାଡ଼ ମାରିଥିଲେ । ଏହି ଘଟଣାରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସାର୍ଥକ ରାୟ ।

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ  ଜର୍ଦ୍ଦା ମାଫିଆଙ୍କ ଆକ୍ରମଣ ଘଟଣା, 2 ଗିରଫ

author img

By

Published : Oct 25, 2020, 10:58 AM IST

Updated : Oct 25, 2020, 11:09 AM IST

ଭଦ୍ରକ: ନକଲି ଜର୍ଦ୍ଦା କରାବାର ହେଉଥିବା ଖବର ପାଇ ପୁରୁଣା ବଜାର ଥାନା ଅନ୍ତର୍ଗତ ହେଲାସାହି ଠାରେ ଭଦ୍ରକ ଟାଉନ ଥାନା ପୋଲିସ ଓ ପୁରୁଣା ବଜାର ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରୁଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜର୍ଦ୍ଦାମାଫିଆ ଓ ତାଙ୍କ ଲୋକମାନେ ପୋଲିସ ସହ ଧସ୍ତାଧସ୍ତି ହେଉଥିଲେ ।

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଜର୍ଦ୍ଦା ମାଫିଆଙ୍କ ଆକ୍ରମଣ ଘଟଣା, 2 ଗିରଫ

ଏହି ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଭିଡିଓ ଉତ୍ତୋଳନ କରୁଥିଲେ । ଏହା ଦେଖି କିଛି ଜର୍ଦ୍ଦାମାଫିଆ ଓ ତାଙ୍କ ଲୋକମାନେ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଛଡାଇବା ସହ ମାଡ଼ ମାରିଥିଲେ । ପ୍ରାଣ ବିକଳରେ ସେମାନେ ଦୌଡ଼ି ପଳେଇ ଆସୁଥିବା ବେଳେ ପୋଲିସ ଉପସ୍ଥିତରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା ।

ଏହି ଘଟଣାକୁ ନେଇ ସେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି । ତେବେ ସେଠାରେ ସ୍ଥିତି ନିୟନ୍ତ୍ରଣରେ ଅଛି ଆଉ ଏହି ଘଟଣାରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସାର୍ଥକ ରାୟ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Oct 25, 2020, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.