ETV Bharat / state

ଭାରତୀୟ ସିପକଟାକ୍ରୋ ଦଳରେ ଚାନ୍ଦବାଲିର 3 ମହିଳା ଖେଳାଳି

author img

By ETV Bharat Odisha Team

Published : Oct 9, 2023, 10:28 AM IST

Updated : Oct 9, 2023, 3:24 PM IST

ଚାନ୍ଦବାଲି ବ୍ଲକ ଅଞ୍ଚଳରୁ 3 ଜଣ ମହିଳା ଖେଳାଳିଙ୍କ ନାମ ଭାରତୀୟ ସିପକଟାକ୍ରୋ ଦଳରେ ସାମିଲ ହୋଇଛି । ଅଧିକ ପଢନ୍ତୁ

player from bhadrak selected for Sepaktakraw game

ସିପକଟାକ୍ରୋ ଖେଳ ପାଇଁ ଚନ୍ଦାବାଲିର 3 ମହିଳା ଖେଳାଳି ମନୋନୀତ

ଭଦ୍ରକ: 37ତମ ଜାତୀୟ ସିନିୟର ମହିଳା ସିପକଟାକ୍ରୋ ଖେଳରେ ଭଦ୍ରକ ଜିଲ୍ଲାରୁ 3 ଜଣ ମନୋନୀତ ହୋଇଛନ୍ତି । ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଞ୍ଚଳରୁ 3 ଜଣ ଖେଳାଳିଙ୍କ ନାମ ଘୋଷଣା ହୋଇଛି । ଏହା ଜିଲ୍ଲା ପାଇଁ ଗୌରବ ଆଣିଛି । ଓଡ଼ିଶା ଦଳ ପକ୍ଷରୁ ଭଦ୍ରକ ଜିଲ୍ଲାରୁ 3 ଜଣ ମନୋନୀତ ହୋଇଛନ୍ତି । ସିପାକଟାକ୍ରୋ ଖେଳରେ ଜିଲ୍ଲା ତଥା ଓଡିଶା ପାଇଁ ଗର୍ବ ଏବଂ ଗୌରବ ଆଣି ଦେଇଛନ୍ତି ଏହି 3 ଜଣ ଖେଳାଳି ।

ଖବର ଅନୁଯାୟୀ ଚଳିତ ବର୍ଷ 37ତମ ସିପାକଟାକ୍ରୋ ସିନିୟର ବିଭାଗ ମହିଳା ଦଳ ପାଇଁ ଜାତୀୟସ୍ତରର ପ୍ରତିଯୋଗିତା ଗୋଆ ଠାରେ ଅନୁଷ୍ଠିତ ହେବ । ଏହି ଖେଳ ପାଇଁ ସିନିୟର ବିଭାଗ ମହିଳା ସିପାକଟାକ୍ରୋ ଦଳର ଚୂଡ଼ାନ୍ତ ଖେଳାଳିମାନଙ୍କୁ ସେମାନଙ୍କ ଭଲ ପ୍ରଦର୍ଶନ ମାନଦଣ୍ଡ ଅନୁଯାୟୀ ମନୋନୀତ କରାଯାଇଛି । ଏହି ଆଧାରରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଞ୍ଚଳରୁ ରୂପାଲୀ ସାହୁ, ଗାୟତ୍ରୀ ସାହୁ ଏବଂ ସଂଗିତା ଗିରି ମନୋନୀତ ହୋଇଛନ୍ତି ।

ଏହି ଖେଳ ଚଳିତ ଅକ୍ଟୋବର ମାସ 30 ତାରିଖଠାରୁ ନଭେମ୍ବର ମାସ 3 ତାରିଖ ପର୍ଯ୍ୟନ୍ତ ଗୋଆରେ ଚାଲିବ । ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷାଡିୟମ ଠାରେ ସେମାନଙ୍କୁ ଅଭ୍ୟାସ ସହ କୋଚିଂ ଦେବାର ବ୍ୟବସ୍ଥା କରାଯାଇଛି । ଏନେଇ ଅନୁଷ୍ଠିତ ହେବାକୁ ଥିବା କ୍ୟାମ୍ପ୍‌ରେ ସାମିଲ ହେବାକୁ ସେମାନେ ଯାତ୍ରା କରିଛନ୍ତି । ଏନେଇ ଚାନ୍ଦବାଲି ଠାରେ ସ୍ପୋର୍ଟ୍ସ ଏକାଡେମୀ ପକ୍ଷରୁ ସମସ୍ତ ମନୋନୀତ ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଚାନ୍ଦବାଲି ଅଞ୍ଚଳର ଏହି 3 ଜଣ ଖେଳାଳୀଙ୍କର ଚାନ୍ଦବାଲିର ଗର୍ବ ଏବଂ ଗୌରବ ତଥା ପୂର୍ବତନ ମହିଳା ସିପାକଟାକ୍ରୋ ଅନ୍ତର୍ଜାତୀୟ ଖେଳାଳୀ ଲକ୍ଷ୍ମୀପ୍ରିୟା ନାୟକ ଏମାନଙ୍କ କୋଚିଂ ଦାୟିତ୍ୱ ନେଇଛନ୍ତି । ମନୋନୀତ ହୋଇଥିବା ସମସ୍ତ ଖେଳାଳୀ ଆନ୍ତର୍ଜାତିକ ଖେଳାଳୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତାଲିମ ନେଉଥିଲେ । ଏନେଇ ଚାନ୍ଦବାଲିରେ ଖୁସିର ଲହରୀ ଖେଳି ଯାଇଛି ।

ଏହା ବି ପଢନ୍ତୁ...Cricket World Cup: ଚେପକ ପିଚ୍ ଟେଷ୍ଟ ମ୍ୟାଚ ଟ୍ରାକ ପରି କହିଲେ ଜାଡେଜା

ପ୍ରକାଶ ଥାଉ କି, ଚାନ୍ଦବାଲିର ଲକ୍ଷ୍ମୀପ୍ରିୟା ନାୟକ ପ୍ରଥମେ ଆନ୍ତର୍ଜାତିକ ଖେଳାଳୀମାନଙ୍କ ମଧ୍ଯରେ ସ୍ଥାନ ପାଇଥିଲେ। ପରେ ଚାନ୍ଦବାଲିଠାରେ ଇଛୁକ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି କେବଳ ଓଡ଼ିଶା ନୁହେଁ ବରଂ ଭାରତର ନାଁ କରିଥିଲେ । ଜିଲ୍ଲାରୁ ସିପାକଟାକ୍ରୋରେ 3ଜଣ ମନୋନୀତ ହେବା ଗୌରବର ବିଷୟ ବୋଲି କହିଛନ୍ତି ସିପାକଟାକ୍ରୋ ଜିଲ୍ଲା ସଭାପତି ପ୍ରଭାସ ସୁଦର୍ଶନ ମହାନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated : Oct 9, 2023, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.