ETV Bharat / state

ବିଦ୍ୟୁତ୍‌ ତାର ଚୋରି ବେଳେ ଧରାପଡ଼ିଲା ଦୁର୍ବୃତ୍ତ, ତା ପରେ... - ଫେଲ ମାରିଲା ଚୋରି ଉଦ୍ୟମ

ଅସଫଳ ହେଲା ଚୋରି ଉଦ୍ୟମ । ବିଦ୍ୟୁତ ତାର ଚୋରି କରୁଥିବାବେଳେ ଜଣେ ଦୁର୍ବୃତ୍ତଙ୍କୁ କାବୁ କଲେ ସ୍ଥାନୀୟ ଲୋକେ। ଅଧିକ ପଢ଼ନ୍ତୁ

theft case in bhadrak
ବିଦ୍ୟୁତ ତାର ଚୋରି ଉଦ୍ୟମ ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ପୋଲିସକୁ ଜିମା ଦେଲେ ସ୍ଥାନୀୟ ଲୋକେ
author img

By

Published : Apr 13, 2022, 12:24 PM IST

Updated : Apr 13, 2022, 12:51 PM IST

ଭଦ୍ରକ: ଅସଫଳ ହେଲା ଚୋରି ଉଦ୍ୟମ । ବିଦ୍ୟୁତ ତାର ଚୋରି କରୁଥିବାବେଳେ ଜଣେ ଦୁର୍ବୃତ୍ତଙ୍କୁ କାବୁ କଲେ ସ୍ଥାନୀୟ ଲୋକେ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ବୋରୋଳି ପଞ୍ଚାୟତ ଅଧିନସ୍ଥ କନ୍ୟାସାହି ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦୁର୍ବୃତ୍ତକୁ କାବୁ କରି ସ୍ଥାନୀୟ ଲୋକେ ପୋଲିସର ଜିମା ଦେଇଥିବା ସୂଚନା ।

ବିଦ୍ୟୁତ୍‌ ତାର ଚୋରି ବେଳେ ଧରାପଡ଼ିଲା ଦୁର୍ବୃତ୍ତ, ତା ପରେ...

ସୂଚନା ମୁତାବକ, କନ୍ୟାସାହି ନିକଟରେ 33 କେଭି ବିଦ୍ୟୁତ ଲାଇନ ଯାଇଥିବା ବେଳେ ରାତିରେ କିଛି ବ୍ୟକ୍ତି ତାରକୁ ଚୋରି କରି ଏକ ଟ୍ରଲି ଯୋଗେ ନେବାକୁ ଉଦ୍ୟମ କରୁଥିଲେ । ସେହି ସମୟରେ ଦୁର୍ବୃତ୍ତମାନେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଥିଲେ । ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଥିବାବେଳେ ଲୋକେ ଜଣକୁ ଧରିବାରେ ସଫଳ ହେଲେ । ତାର ବୋଝେଇ ଟ୍ରଲି ସହ ଦୁର୍ବୃତ୍ତକୁ ବାନ୍ଧି ଅଟକ ରଖିଥିଲେ । ଘଟଣାସ୍ଥଳରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଉକ୍ତ ଦୁର୍ବୃତ୍ତକୁ ଥାନାରେ ଅଟକ ରଖିଛି ପୋଲିସ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 13, 2022, 12:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.