ETV Bharat / state

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର - ଭଦ୍ରକ

ସନ୍ଦେହଜନକ ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ଆଦିବାସୀ ସାହିର ଜେମା ମୁଣ୍ଡା ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

author img

By

Published : Nov 7, 2020, 5:44 PM IST

ଭଦ୍ରକ: ସନ୍ଦେହଜନକ ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା ଆଦିବାସୀ ସାହିର ଜେମା ମୁଣ୍ଡା ବୋଲି ସୂଚନା ମିଳିଛି ।

ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ଖବରଅନୁଯାୟୀ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲା, ପରେ ଘର ଭିତରେ ମହିଳା ଜଣକର ମୃତ୍ୟୁ ହୋଇଥିବା ଘର ଲୋକ ଦେଖିବାକୁ ପାଇଥିଲେ କିନ୍ତୁ କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହେଲା ତାହା ଜଣାପଡିନାହିଁ । ତେବେ ମହିଳାଙ୍କୁ ମାରିଦେଇଥିବା ତାଙ୍କ ବାପ ଘର ଲୋକ କହୁଥିବାବେଳେ ବିଷ ପିଇ ଆତ୍ମହତ୍ୟା କରିଥିବା ମହିଳାଙ୍କ ସ୍ବାମୀ କହିଛନ୍ତି ।

ଏନେଇ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ପୁଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.