ETV Bharat / state

ମୋବାଇଲ ଟର୍ଚ୍ଚ ଲାଇଟରେ ସୁଇପରଙ୍କ ରୋଗୀସେବା ! - ମୋବାଇଲ ଟର୍ଚ୍ଚ ଲାଇଟରେ ସୁଇପର କଲେ ରୋଗୀସେବା

ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋବାଇଲ୍‌ ଟର୍ଚ୍ଚରେ ରୋଗୀସେବା କଲେ ସୁଇପର । ଅଧିକ ପଢନ୍ତୁ

ମୋବାଇଲ ଟର୍ଚ୍ଚ ଲାଇଟରେ ସୁଇପରର ରୋଗୀସେବା !
ମୋବାଇଲ ଟର୍ଚ୍ଚ ଲାଇଟରେ ସୁଇପରର ରୋଗୀସେବା !
author img

By

Published : Jul 10, 2022, 9:56 PM IST

ଭଦ୍ରକ : ଡାକ୍ତରଙ୍କ ଅନୁପସ୍ଥିତିରେ ସୁଇପର କରୁଛନ୍ତି ରୋଗୀଙ୍କ ଚିକିତ୍ସା ! ତାହା ପୁଣି ମୋବାଇଲ ଟର୍ଚ୍ଚ ଲାଇଟରେ ! ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଚାନ୍ଦବାଲି କୋର୍ଟର ନୂଆ କୋଠାକୁ ପୁରୁଣା ଅଫିସ ଜିନିଷ ସବୁ ଏକ ପିକ୍‌ଅପ୍‌ ଗାଡ଼ିରେ ନିଆଯାଉଥିବା ବେଳେ ଗାଡ଼ିରେ ଥିବା କୋର୍ଟ ପେସ୍କାର ରମେଶ ମାଝୀଙ୍କ ମୁଣ୍ଡରେ ନୂତନ କୋଠାର ବିମ୍‌ ବାଜି ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ସୌମ୍ୟରଞ୍ଜନ ସ୍ବାଇଁ ତାଙ୍କୁ ଚିକିତ୍ସା କରି ମୁଣ୍ଡରେ ଆଘାତ ଲାଗିଥିବାରୁ ଷ୍ଟିଚ୍‌ କରିବାକୁ କହି ଚାଲି ଯାଇଥିଲେ ବୋଲି ସୂଚନା ମିଳିଛି ।

ସ୍ବାସ୍ଥ୍ୟକେନ୍ଦ୍ରରେ କେହି ନର୍ସ ନ ଥିବାରୁ ସେଠାରେ ଚିକିତ୍ସା ବେଳେ ମେଡିକାଲର ସୁଇପର ସୁବାସ ଦାସ ରମେଶଙ୍କ ମୁଣ୍ଡରେ ଗଭୀର କ୍ଷତକୁ ଷ୍ଟିଚ୍ କରିଥିଲେ । ଆଉ ଜଣେ ବ୍ୟକ୍ତି ଷ୍ଟିଚସୂତା, କଇଁଚି ବଢାଇ ଦେଉଥିଲେ। ଯଦିଓ ଡାକ୍ତରଖାନାରେ ବିଦ୍ୟୁତ ଥିଲା ତଥାପି ଦେଖାଯାଉ ନ ଥିବାରୁ ମୋବଇଲ ଟର୍ଚ୍ଚରେ ରୋଗୀଙ୍କର ଚିକିତ୍ସା ହୋଇଥିବା ଜଣାପଡିଛି ।

ରମେଶଙ୍କ ମୁଣ୍ଡରେ 12 ଟି ଷ୍ଟିଚ ପଡିଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ ଡାକ୍ତର ଥାଉ ଥାଉ ଡାକ୍ତରଖାନାର ସୁଇପର କାହିଁକି ଚିକିତ୍ସା କରୁଛନ୍ତି ? ଏନେଇ ବିଭାଗୀୟ ଅଧିକାରୀ କିମ୍ବା ଡାକ୍ତରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଭଦ୍ରକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.