ETV Bharat / state

ଭଦ୍ରକରେ ଆତଙ୍କ ଖେଳାଇଛନ୍ତି ମାଙ୍କଡ, ଅତିଷ୍ଠ ଗାଁ ଲୋକେ - ମାଙ୍କଡ କାମୁଡାରେ ୧୬ ଆହତ

ଭଦ୍ରକ ଜିଲ୍ଲାରେ ଆତଙ୍କ ଖେଳାଉଛନ୍ତି ମାଙ୍କଡପଲ । ଦୁଇ ମାସ ମଧ୍ୟରେ ୬ ଜଣ ଗୁରୁତର ହୋଇଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଭଦ୍ରକରେ ବଢ଼ୁଛି ମାଙ୍କଡ଼ ଉପଦ୍ରବ, ଅତିଷ୍ଠ ଗ୍ରାମବାସୀ

author img

By

Published : Jan 28, 2022, 10:04 AM IST

ଭଦ୍ରକ: ଜିଲ୍ଲାରେ ମାଙ୍କଡ ଆତଙ୍କ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ପଞ୍ଚାୟତ ଅଧିନ ଗୋପ ଗଦାଧରପୁର ଗାଁରେ ମାଙ୍କଡ ଉପଦ୍ରବ ଚରମସୀମାରେ ପହଞ୍ଚିଛି । କିଛି ଦିନ ହେବ ଏକ ମାଙ୍କଡ଼ ଆସି ପଞ୍ଚାୟତରେ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡୁଛି । ଯାହା ଫଳରେ କିଛି ଲୋକ ଆହତ ଓ ଗୁରୁତର ମଧ୍ୟ୍ୟ ହୋଇଛନ୍ତି । ଉପାନ୍ତ ଅଞ୍ଚଳରେ ହାତି ଉପଦ୍ରବ ଭଳି ଏବେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ମାଙ୍କଡ ଉପଦ୍ରବ ଗ୍ରାମବାସୀଙ୍କୁ ଅତିଷ୍ଠ କରିସାରିଲାଣି ।

ଭଦ୍ରକରେ ବଢ଼ୁଛି ମାଙ୍କଡ଼ ଉପଦ୍ରବ, ଅତିଷ୍ଠ ଗ୍ରାମବାସୀ

ଜମିରେ ପନିପରିବା ଆଦି ନଷ୍ଟ କରିବା ସହ ଗ୍ରାମାଞ୍ଚଳରେ ଥିବା ଝାଟିମାଟି ନଡା ଛପର ଓ ଟିଣ ଆଜବେଷ୍ଟସକୁ ମଧ୍ୟ ଭାଙ୍ଗିରୁଜି ଚୁରମାର୍ କରୁଛନ୍ତି ମାଙ୍କଡପଲ। ଫଳରେ ଲୋକଙ୍କ ମନରେ ଏବେ ଭୟର ବାତାବରଣ ଖେଳିଯାଇଛି । ବିଗତ କିଛି ବର୍ଷ ହେବ ପୀରହାଟ, ଦୋଳସାହି, ଅଚକ, କମାରିଆ, ଗଦି, ବାରୋ, ବିଲଣା, ପାଳିଆବିନ୍ଧା ଆଦି ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଅନେକଙ୍କୁ କ୍ଷତାକ୍ତ ଓ ଗୁରୁତର କରିଥିବା ବେଳେ ଏବେ କିଛିଦିନ ହେବ ଏହି ଉପଦ୍ରବ ତାଳପଦା ପଞ୍ଚାୟତର ବିଭିନ୍ନ ଗାଁରେ ଦେଖାଯାଇଛି । ଏକ ହିଂସ୍ର ମାଙ୍କଡ ଦଳ ଗୋପ ଗଦାଧରପୁର ଗାଁରେ ପଶି ଯାହାକୁ ଯେଉଁଠି ଦେଖୁଛନ୍ତି କାମୁଡି ପକାଉଛନ୍ତି । ଯାହାଫଳରେ କି ଲୋକେ ଭୟରେ ଘରୁ ବାହାରିବାକୁ ସାହସ କରୁନାହାଁନ୍ତି ।

ଗଦାଧରପୁର ଗାଁର ମନ୍ମଥ ସାହୁଙ୍କ ସ୍ତ୍ରୀ ଜୟନ୍ତୀ ସାହୁ, ଶରତ ସାହୁଙ୍କ ସ୍ତ୍ରୀ ପ୍ରମିଳା ସାହୁ ଓ ଅନେଶ ତ୍ରିପାଠୀ ଏବଂ ଗୋପର ବସନ୍ତ ଦାସଙ୍କ ପୁଅ ଓମପ୍ରକାଶ ଦାସ, ନିରଞ୍ଜନ ଦାସଙ୍କ ଝିଅ ଶୁଭଶ୍ରୀ ଦାସ ଗତମାସରେ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି । ଏ ସଂକ୍ରାନ୍ତରେ ପୂର୍ବରୁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ବନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ବନ ବିଭାଗର ୨ ଜଣ କର୍ମଚାରୀ ଗାଁରେ ପହଞ୍ଚିଛି ଜନ୍ତା ବସାଇ ଗୋଟିଏ ମାଙ୍କଡକୁ ଧରିଥିଲେ ସୁଦ୍ଧା ଗ୍ରାମବାସୀମାନେ ଏଥିରେ ସନ୍ତୁଷ୍ଟ ନଥିବା କହିଛନ୍ତି ।

ଉପଦ୍ରବ କରୁଥିବା ମାଙ୍କଡ ଦଳରେ ୩୦ରୁ ଅଧିକ ହିଂସ୍ର ମାଙ୍କଡ ଥିବାବେଳେ ଗୋଟିଏ ମାଙ୍କଡକୁ ଧରିନେଲେ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଯଦି ଏହି ହିଂସ୍ର ମାଙ୍କଡମାନଙ୍କୁ ଗ୍ରାମରୁ ହଟା ନଯାଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଏହି ଘଟଣା ପଞ୍ଚାୟତବାସୀଙ୍କ ପାଇଁ ଏବେ ନିର୍ବାଚନୀ ମୁଦ୍ଦା ପାଲଟିଛି । ଯେଉଁ ପ୍ରାର୍ଥୀ ଅଥବା ଗୋଷ୍ଠୀ ମାଙ୍କଡ ହଟେଇବାରେ ସମର୍ଥ ହୋଇପାରିବ ସେହି ପ୍ରାର୍ଥୀଙ୍କୁ ଗ୍ରାମବାସୀ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ମତପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.