ETV Bharat / state

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା 10 ବଖରା ଘର

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ଠାରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା 6 ଟି ପରିବାରର 10 ବଖରା ଘର। ପରିବାର ଲୋକେ ଶୋଇଥିବା ବେଳେ ବଂଶୀଧର ଜେନାଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା।

ଜଳିଗଲା 10 ବଖରା ଘର
ଜଳିଗଲା 10 ବଖରା ଘର
author img

By

Published : Mar 5, 2021, 12:52 PM IST

Updated : Mar 5, 2021, 1:46 PM IST

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ଠାରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା 6 ଟି ପରିବାରର 10 ବଖରା ଘର।

ଜଳିଗଲା 10 ବଖରା ଘର

ଗତକାଲି(ଗୁରୁବାର) ବିଳମ୍ବିତ ରାତ୍ରୀରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସୂଚନା ଅନୁଯାୟୀ, ପରିବାର ଲୋକେ ଶୋଇଥିବା ବେଳେ ବଂଶୀଧର ଜେନାଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା। ଏନେଇ ପରିବାର ଲୋକେ ଜାଣିବା ପରେ ଜୀବନ ବିକଳରେ ସମସ୍ତେ ବାହାରକୁ ପଳାଇ ଆସିଥିଲେ। ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ, ଚାହୁଁ ଚାହୁଁ ଅନ୍ୟ ଆଡେ ବ୍ୟାପି ଯାଇଥିଲା।

ଏନେଇ ଖବର ପାଇ ବାସୁଦେବପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ସେତେବେଳକୁ 6 ଟି ପରିବାରର 10 ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ନିଆଁର ପ୍ରକୋପ ଯୋଗୁଁ ପିନ୍ଧା ଲୁଗା ବ୍ୟତୀତ କୌଣସି ଆସବାବପତ୍ର ଆଣିବା ସମ୍ଭବ ହୋଇ ନଥିଲା।

ସର୍ବଶ୍ବାନ୍ତ ହୋଇଥିବା ଏହି 6 ଟି ପରିବାରର 10 ବଖରା ଘର ସମେତ ଘରର ସମସ୍ତ ଆସବାବ ପତ୍ର, ସ୍ଵର୍ଣ୍ଣ ଅଳଙ୍କାର, ନଗଦ ଟଙ୍କା, ମଟର ସାଇକେଲ, ଧାନ, ଚାଉଳ, ଘରକରଣା ଜିନିଷ, ପିନ୍ଧାଲୁଗା ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସବୁ ପୋଡି ପାଉଁଶ ହୋଇଯାଇଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବାବେଳେ କୌଣସି ଦୁର୍ବୁତ୍ତ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହିପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

Last Updated : Mar 5, 2021, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.