ETV Bharat / state

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ଟେଲି ମେଡିସିନ ସେବା

author img

By

Published : Jul 21, 2020, 10:17 PM IST

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଟେଲି ମେଡିସିନ ସେବା । କୋରୋନା ମହାମାରୀ ଭଳି ସଙ୍କଟଜନକ ସମୟରେ ଜିଲ୍ଲାବାସୀଙ୍କୁ ଘରେ ବସି ସ୍ବାସ୍ଥ୍ୟ ସେବା ଯୋଗାଇବା ଓ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଏହି ସେବାର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ...

Tele medicine services starts in bhadrak district hospital
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ଟେଲି ମେଡିସିନ ସେବା

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଟେଲି ମେଡିସିନ ସେବା । ଟ୍ବିଟ୍ ଯୋଗେ ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ।

କୋରୋନା ମହାମାରୀ ଭଳି ସଙ୍କଟଜନକ ସମୟରେ ଜିଲ୍ଲାବାସୀଙ୍କୁ ଘରେ ବସି ସ୍ବାସ୍ଥ୍ୟ ସେବା ଯୋଗାଇବା ଓ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଏହି ସେବାର ଶୁଭାରମ୍ଭ ହୋଇଛି । ଏଥିପାଇଁ ଡାକ୍ତରଖାନା ପକ୍ଷରୁ ଦୁଇଟି ମୋବାଇଲ ନମ୍ବର ଜିଲ୍ଲାବାସୀଙ୍କ ପାଇଁ ଜାରି କରାଯାଇଛି । ନମ୍ବର ଗୁଡିକ ହେଲା ୭୬୫୫୦୫୦୮୬୭ ଓ ୭୬୫୫୦୫୦୮୬୮ । ଏହି ନମ୍ବର ମାଧ୍ୟମରେ ଲୋକମାନେ ଫୋନ କରି ରୋଗ ଜଣାଇ ଔଷଧର ନାମ ଓ ଆବଶ୍ୟକ ପରାମର୍ଶ ନେଇପାରିବେ ବୋଲି ସୂଚନା ମିଳିଛି ।

ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଛି । ମେଡିକାଲ ନ ଆସି ହାତ ପାହାନ୍ତାରେ ଏବେ ଜିଲ୍ଲାବାସୀଙ୍କୁ ସ୍ବାସ୍ଥ୍ୟସେବା ମିଳିପାରିବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.