ETV Bharat / state

ଭଦ୍ରକରେ ବତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଟିମ ଗଠନ କଲେ ଜିଲ୍ଲାପାଳ - ଭଦ୍ରକ ନ୍ୟୁଜ

ବତ୍ୟା ପ୍ରଭାବିତ ଭଦ୍ରକ ଜିଲ୍ଲାରେ କ୍ଷୟକ୍ଷତି ଆକଳନ ନେଇ ଟିମ ଗଠନ କଲେ ଜିଲ୍ଲାପାଳ ।

Amphan cyclone damage review in Bhadrak
ଅମ୍ଫାନ ବାତ୍ୟା କ୍ଷୟକ୍ଷତି ଆକଳନ
author img

By

Published : May 22, 2020, 12:29 AM IST

ଭଦ୍ରକ: ବାତ୍ୟା ଅମ୍ଫାନର ପ୍ରଭାବ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ଓ ବାସୁଦେବପୁର ବ୍ଳକରେ ଦେଖିବାକୁ ମିଳିଛି । ବାତ୍ୟା ଯୋଗୁଁ ଗଛ ପଡି ଗ୍ରାମାଞ୍ଚଳରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଛି । ହେଲେ ସହରାଞ୍ଚଳରେ ବିଦ୍ୟୁତ ସରବରାହ ସାମାନ୍ୟ ରହିଛି । ଗ୍ରାମାଞ୍ଚଳରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସରବରାହ ସାମାନ୍ୟ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ଅମ୍ଫାନ ବାତ୍ୟା କ୍ଷୟକ୍ଷତି ଆକଳନ

ଗ୍ରାମାଞ୍ଚଳରେ ରାଜସ୍ଵ ନିରୀକ୍ଷକ ଅଧିକାରୀ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନେଇ ଗଠିତ ଟିମ ବାତ୍ୟା ଜନିତ ଅନ୍ୟ କ୍ଷୟକ୍ଷତିର ଆକଳନ କରୁଛନ୍ତି । ଏଥିସହ ଚାଷରେ ହୋଇଥିବା କ୍ଷୟକ୍ଷତିର ଆକଳନ ମଧ୍ୟ ଜାରି ରହିଛି । 2 ରୁ 3 ଦିନ ମଧ୍ୟରେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ । ପାନୀୟଜଳ ଯୋଗାଣ ଆପାତତଃ ସାମାନ୍ୟ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.