ETV Bharat / state

ପ୍ରାର୍ଥୀ ତାଲିକାକୁ ନେଇ ତୀବ୍ର ହେଉଛି ଦଳୀୟ ଅସନ୍ତୋଷ - bjd

ନିର୍ବାଚନୀ ପର୍ବରେ ଦଳ ଅଦଳବଦଳ ନସରୁଣୁ ମୁଣ୍ଡ ଟେକିଛି ଟିକେଟ ବିବାଦ । କିଏ ଟିକେଟ ମିଳିବାରୁ ଖୁସିରେ ଅଣାୟତ୍ତ ହୋଇଉଠୁଛି ତ କିଏ ପୁଣି ଟିକେଟ ନ ମିଳିବାରୁ ହିଂସାରେ ଦଳ ଛାଡୁଛି । ଭଦ୍ରକ ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Mar 31, 2019, 10:26 PM IST

ଭଦ୍ରକ: ନିର୍ବାଚନୀ ପର୍ବରେ ଦଳ ଅଦଳବଦଳ ନସରୁଣୁ ମୁଣ୍ଡ ଟେକିଛି ଟିକେଟ ବିବାଦ । କିଏ ଟିକେଟ ମିଳିବାରୁ ଖୁସିରେ ଅଣାୟତ୍ତ ହୋଇଉଠୁଛି ତ କିଏ ପୁଣି ଟିକେଟ ନ ମିଳିବାରୁ ହିଂସାରେ ଦଳ ଛାଡୁଛି । ଭଦ୍ରକ ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଟିକେଟ ନମିଳିବାରୁ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଓ ଆଶାୟୀ ଥିବା ପୁଅ ଅସିତ୍‌ ପଟ୍ଟନାୟକ ଅସନ୍ତୋଷ ଜାହିର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ବିଜେଡି ପକ୍ଷରୁ ଚଳିତ ଥର ସଞ୍ଜୀବ ମଲ୍ଲିକଙ୍କୁ ଟିକେଟ ମିଳିଥିବାବେଳେ ଏନେଇ ଖୁସି ଜାହିର କରିଛନ୍ତି ଦଳୀୟ କର୍ମୀ । ହେଲେ ଟିକେଟ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ସଞ୍ଜୀବଙ୍କ ଟିକେଟ କାଟିବା ପାଇଁ ଚକ୍ରାନ୍ତ ଆରମ୍ଭ କରିଛନ୍ତି ଯୁଗଳ ଓ ଅସିତ୍‌ । ଯାହାର ଜବାବରେ ଏହି ଚକ୍ରାନ୍ତ କେବେ ସଫଳ ହେବ ନାହିଁ ବୋଲି କହିଛନ୍ତି ବିଜେଡି କର୍ମୀ ।

ଅନ୍ୟପଟେ ଜିଲ୍ଲାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସାଧାରଣ ଲୋକେ ମତ ପ୍ରକାଶ କରିଛନ୍ତି । ଯେଁଉଥିରେ ବିଜେଡି କର୍ମୀ ସହମତ ହେବା ସହ ନିର୍ବାଚନରେ ସଞ୍ଜୀବ ମଲ୍ଲିକ 40ହଜାର ଭୋଟରେ ଜିତିବେ ବୋଲି କହିଛନ୍ତି । ତେବେ 2 ଲକ୍ଷ 35ହଜାର ଭୋଟରଙ୍କ ମଧ୍ୟରୁ 85 ହଜାର ସଂଖ୍ୟା ଲଘୁ ଭୋଟର ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଛନ୍ତି ବୋଲି କର୍ମୀମାନେ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.