ETV Bharat / state

ଶିକ୍ଷକ ମହାସଂଘକୁ CMO ଅଫିସରୁ ଡକରା, ସମାଧାନ ହେବ ସମସ୍ୟା !

author img

By ETV Bharat Odisha Team

Published : Sep 22, 2023, 12:19 PM IST

ଶନିବାର ଶିକ୍ଷକ ସଂଘର ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହେବ ଆଲୋଚନା । ଅଧିକ ପଢ଼ନ୍ତୁ

teachers union meeting will be held in cmo office

ଭଦ୍ରକ: ପୂରଣ ହୋଇ ହୋଇପାରେ ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ତିନି ଦଫା ଦାବି। ଶିକ୍ଷକ ସଂଘ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଛି । 3 ଦାବି ପୂରଣ ନେଇ ଶିକ୍ଷକଙ୍କ ସହ ଆଲୋଚନା ହେବ । ଏନେଇ ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ତରଫରୁ ଡାକରା ଦିଆଯାଇଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳିତ ମାସ 18 ତାରିଖରୁ ସ୍ଥଗିତ ରହିଛି । ଏହାପରେ ସେପ୍ଟେମ୍ବର 19 ତାରିଖ ଅର୍ଥାତ ପବିତ୍ର ଗଣେଶ ପୂଜାରୁ ସମସ୍ତ ପ୍ରାଥମିକ ଶିକ୍ଷକ ସ୍କୁଲରେ ଯୋଗ ଦେଇଥିଲେ । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସଂଘ ପକ୍ଷରୁ ଆନ୍ଦୋଳନ ସ୍ଥଗିତ ରଖୁବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଶିକ୍ଷକଙ୍କ ଦାବିକୁ ସରକାର ଗୁରୁତ୍ଵର ସହ ନେବା ସହ ସେଥି ପାଇଁ ସମୟ ନେଇଛନ୍ତି। ଏହି ସମୟ ମଧ୍ୟରେ ସରକାର ଶିକ୍ଷକଙ୍କ ଦାବି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବେ। ଆନ୍ଦୋଳନ ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡିଥିଲା ସଂଘ। ଆଉ ସଂଘର ଦାବିକୁ ଦୃଷ୍ଟିରେ ରଖି ଶିକ୍ଷକ ମହାସଂଘକୁ ସିଏମଓ ଅଫିସରୁ ଡକରା ଆସିଛି। ଯେଉଁଥିରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ।

ଏହା ମଧ୍ୟ ପଢନ୍ତୁ-ତୀବ୍ର ହେବାରେ ଲାଗିଛି ଶିକ୍ଷକଙ୍କ ଆନ୍ଦୋଳନ, ମଧ୍ୟାହ୍ନ ଭୋଜନ ଦାୟିତ୍ୱକୁ ରୋକଠୋକ ମନା କଲା ଅଙ୍ଗନବାଡି ସଂଘ

ତିନି ଦଫା ଦାବି ନେଇ ଚଳିତ ମାସ 8 ତାରିଖ ଠାରୁ ପ୍ରତୀକାତ୍ମକ ଧାରଣା ଦେଇଥିଲେ ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନି ଦିଆ ଯାଇଥିଲା । ମାତ୍ର ସରକାର ଏ ଦିଗରେ କୌଣସି କର୍ଣ୍ଣପାତ କରିନଥିଲେ । ତେଣୁ ନାର୍ଯ୍ୟ ଦାବି ହାସଲରେ ଅଟଳ ଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ ଶିକ୍ଷକମାନେ ।

ରାଜ୍ୟର ପାଖାପାଖି ଏକ ଲକ୍ଷ 30 ହଜାର ଶିକ୍ଷକ ଶିକ୍ଷୟିତ୍ରୀ ସମୂହରେ ଛୁଟିରେ ଯାଇ ଜିଲ୍ଲା ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରିଣାମ ସ୍ୱରୂପ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଠପ୍ ହୋଇ ଯାଇଥିଲା । ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିଲା । ଦାବି ପୂରଣ କରିବା ଏବଂ ପାଠପଢ଼ା ସ୍ବାଭାବିକ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶେଷରେ ଚଳିତ ମାସ 23 ତାରିଖ ଦିନ ସିଏମଓ ଅଫିସ ପକ୍ଷରୁ ଶିକ୍ଷକ ମାନଙ୍କ ସହିତ ସେମାନଙ୍କ ଦାବିଗୁଡ଼ିକ ପୂରଣ କରିବା ପାଇଁ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.