ETV Bharat / state

ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଭଦ୍ରକର ଶଶୀ ଶେଖର କରଶର୍ମା - ଜାତୀୟ ପୁରସ୍କାର ପାଇବେ ଭଦ୍ରକ ଶିକ୍ଷକ

ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପାଇଁ ଓଡ଼ିଶାରୁ ୨ ଶିକ୍ଷକ ମନୋନୀତ । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଭଦ୍ରକର ଶଶୀ ଶେଖର କରଶର୍ମା । ଅଧିକ ପଢନ୍ତୁ

ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଭଦ୍ରକର ଶଶୀ ଶେଖର କରଶର୍ମା

author img

By ETV Bharat Odisha Team

Published : Aug 29, 2023, 7:35 AM IST

ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଭଦ୍ରକର ଶଶୀ ଶେଖର କରଶର୍ମା

ଭଦ୍ରକ: ଚଳିତ ବର୍ଷ ଓଡ଼ିଶାରୁ ଦୁଇ ଜଣ ଶିକ୍ଷକ 'ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩' ପାଇବା ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ଅନ୍ୟତମ ଭଦ୍ରକ ଜିଲ୍ଲାର ଶିକ୍ଷକ ଶଶୀ ଶେଖର କରଶର୍ମା । ଶଶୀ ଶେଖର ଭଦ୍ରକ ବନ୍ତ ବ୍ଲକ ଅନ୍ତର୍ଗତ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ । ଶିକ୍ଷା ସହିତ ବିଭିନ୍ନ କ୍ଷେତ୍ରରୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଛନ୍ତି । ଆସନ୍ତା ମାସ ୫ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବେ ।

ଏହାମଧ୍ୟ ପଢନ୍ତୁ: National Film Award: ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'କୁ ମିଳିଲା ଜାତୀୟ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷକ ଶଶୀ ଶେଖର ମହାମହିମଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିବେ । ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର ସହ ଅର୍ଥ ରାଶି ପ୍ରଦାନ କରାଯିବ । ଶଶୀ ଶେଖର କରର୍ଶର୍ମା ୪ ବର୍ଷ ହେବ କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ଶିକ୍ଷକତା ବ୍ୟତୀତ ସମାଜସେବା, ରକ୍ତଦାନ ଶିବିର, ବୃକ୍ଷରୋପଣ, ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ବ୍ୟାପକ ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।

ଏହାମଧ୍ୟ ପଢନ୍ତୁ: 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୁ ମାଟି ସଂଗ୍ରହ କଲେ ଧର୍ମେନ୍ଦ୍ର ପ୍ରଧାନ

ଏହାଛଡ଼ା ସେ ଏନସିସି ଅଫିସର ରହିବା ସହ ୨୦୦୨ ମସିହାରେ ବ୍ଲକ ବିଜ୍ଞାନ ସଂଯୋଜକ, ୨୦୧୦ ମସିହାରେ ବ୍ଲକ ସମ୍ପାଦକ, ୨୦୧୪ ମସିହାରେ ରାଜ୍ୟପାଳ ପୁରସ୍କାର, ୨୦୧୫ ମସିହାରେ ପ୍ରକୃତି ବନ୍ଧୁ ଏବଂ ୨୦୨୧ ମସିହାରେ ପ୍ରକୃତି ମିତ୍ର ପୁରସ୍କାର ପାଇଛନ୍ତି । ଶଶୀ ଶେଖର ହିନ୍ଦୀରୁ ଓଡ଼ିଆ ଭାଷାରେ ଏକାଧିକ ପୁସ୍ତକ ମଧ୍ୟ ଅନୁବାଦ କରିଛନ୍ତି । ଜାତୀୟ ପୁରସ୍କାର ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଥିବା ବେଳେ ଜିଲ୍ଲା ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି । ଏନେଇ କରଶର୍ମା ଖୁସିବ୍ୟକ୍ତ କରିବା ଏହି ପୁରସ୍କାର ଅନ୍ୟ ଶିକ୍ଷକମାନଙ୍କ ପାଇଁ ପ୍ରେରଣା ହେବ ବୋଲି କହିଛନ୍ତି । ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଆଉ ଜଣେ ଶିକ୍ଷକ ହେଲେ ଜଗତସିଂହପୁରର ସୁବାସ ଚନ୍ଦ୍ର ରାଉତ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.