ETV Bharat / state

ସେବା ସମବାୟ ସମିତି ସଭାପତି ପଦ ହାତେଇଲା ସ୍ବାଭିମାନ ମଞ୍ଚ

author img

By

Published : Jul 14, 2022, 7:52 PM IST

ଭଦ୍ରକ ବାରସର ସେବା ସମବାୟ ସମିତି ସଭାପତି ପଦବୀକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସଭାପତି ନର୍ବାଚନରେ ସ୍ବାଭିମାନ ମଞ୍ଚର ପ୍ରାର୍ଥୀ ମାନସ ରଞ୍ଜନ ନାୟକ ବିଜୟୀ ହୋଇଛନ୍ତି । ଅଧିତ ପଢନ୍ତୁ

ସେବା ସମବାୟ ସମିତି ସଭାପତି ପଦ ହାତେଇଲା ସ୍ବାଭିମାନ ମଞ୍ଚ
ସେବା ସମବାୟ ସମିତି ସଭାପତି ପଦ ହାତେଇଲା ସ୍ବାଭିମାନ ମଞ୍ଚ

ଭଦ୍ରକ: ଜିଲ୍ଲାର ତିହିଡି ବ୍ଲକ ବାରସର ସେବା ସମବାୟ ସମିତି ସଭାପତି ପଦବୀକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଅନୁଷ୍ଠିତ ସଭାପତି ନର୍ବାଚନରେ ସ୍ବାଭିମାନ ମଞ୍ଚର ପ୍ରାର୍ଥୀ ମାନସ ରଞ୍ଜନ ନାୟକ 9 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଅନ୍ୟପଟେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ 6 ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।

ତେବେ 15 ବୋର୍ଡ ସଦସ୍ୟ ବିଶିଷ୍ଟ ଏହି ସମବାୟ ସମିତିରେ ବିଜେପି ସମର୍ଥିତ 11 ଜଣ ବୋର୍ଡ ସଦସ୍ୟ ନିର୍ବାଚିତ ହୋଇଥିବାବେଳେ, ବଜେଡି ସମର୍ଥିତ 4 ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଆଶାୟୀଙ୍କ ମଧ୍ୟରୁ ମାନସ ରଞ୍ଜନ ନାୟକ ଅନ୍ୟ ସଦସ୍ୟଙ୍କ ସହ ସାମିଲ ହୋଇ ସ୍ବାଭିମାନ ମଞ୍ଚ ଗଠନ କରି ସଭାପତି ପଦବୀରେ ବିଜୟୀ ହୋଇଛନ୍ତି । ବିଜୟ ପରେ ସ୍ବାଭିମାନ ମଞ୍ଚର ଖୁସିର ଲହରି ଖେଳିଯାଇଛି ।

ସମର୍ଥକଙ୍କ ସହ ବାଣ ଫୁଟାଇ ସମବାୟ ସମିତି କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ତିଆଡି ସାହି ଛକ ପର୍ଯ୍ୟନ୍ତ ଆସିଥିଲା । ମାନସ ନାୟକ ଜଣେ ସାମ୍ବାଦିକ ଭାବେ ଲୋକଙ୍କ ସହ ସହଭାଗିତା ହୋଇଥିବା ରାଜନୀତିରେ ମଧ୍ୟ ଧୂରନ୍ଧର । ସେ ପୂର୍ବରୁ ସମିତି ସଭ୍ୟ ଭାବେ ବିଜୟୀ ହୋଇ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଥିଲେ ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.