ETV Bharat / state

ମନ କିଣୁଛି ପଥର ସାମଗ୍ରୀ, ଆଜିବି କମିନି ଚାହିଦା

ଆଧୁନିକ ସଭ୍ୟତାରେ ବି ଫିକା ପଡିନାହିଁ ବହୁ ପ୍ରାଚୀନ ପଦ୍ଧତି। ନିଜର କୌଳକି ବୃତ୍ତିକୁ ଏବେବି ପଥର କାରିଗର ଛାଡିନାହାଁନ୍ତି। ଅନେକ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ ଜାରି ରଖିଛନ୍ତି ଏମାନେ।

author img

By

Published : Nov 6, 2019, 11:51 PM IST

ମନ କିଣୁଛି ପଥର ସାମଗ୍ରୀ, ଆଜିବି କମିନି ଚାହିଦା

ଭଦ୍ରକ: ଆଧୁନିକ ସଭ୍ୟତାରେ ବି ଫିକା ପଡିନାହିଁ ବହୁ ପ୍ରାଚୀନ ପଦ୍ଧତି । ଗ୍ରାଇଣ୍ଡର ଅପେକ୍ଷା ଶିଳ, ପେସା ସହ ପଥରରେ ତିଆରି ସାମଗ୍ରୀକୁ ଆପଣାଉ ଥିବା ଦେଖିବାକୁ ମିଳିଛି ଭଦ୍ରକ କାଳୀ ପୂଜାରେ । ମାତ୍ର ଏହି କାରିଗର ପ୍ରସ୍ତୁତ କରୁଥିବା ଦ୍ରବ୍ୟ ବିକ୍ରୀ କରି, ସେମାନଙ୍କ ଉଚିତ ପ୍ରାପ୍ୟ ପାଉ ନାହାଁନ୍ତି।

ଆଜିର ବ୍ୟସ୍ତବହୁଳ ସମୟରେ ସଭିଏଁ ମଡର୍ଣ୍ଣ ସାମଗ୍ରୀ ଉପରେ ନିର୍ଭରଶୀଳ। ମାତ୍ର ଏହି ଆଧୁନିକ ସଭ୍ୟତାରେ ବି ଫିକା ପଡିନି ପ୍ରାଚୀନ ସାମଗ୍ରୀର ଚାହିଦା। ଏବେବି ଲୋକଙ୍କ ପସନ୍ଦ ପାଲଟିଛି ପଥରରେ ତିଆରି ସାମଗ୍ରୀ। ଯାହାର ଝଲକ ଦେଖିବାକୁ ମିଳିଛି ଭଦ୍ରକ କାଳୀପୂଜା ମେଳାରେ। ଭଳିକି ଭଳି ପଥର ତିଆରି ସାମଗ୍ରୀ ଦେଖିବାକୁ ମିଳିଥିଲା ଏହି ମେଳାରେ।

ନିଜର କୌଳକି ବୃତ୍ତିକୁ ଏବେବି ପଥର କାରିଗର ଛାଡିନାହାଁନ୍ତି। ଅନେକ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ ଜାରି ରଖିଛନ୍ତି ଏମାନେ। ସେମାନଙ୍କ ବର୍ଷ ସାରାର କୌଳକି ବୃତ୍ତି ମଧ୍ୟରେ ଏହିପରି ମେଳାରେ ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ସେମାନଙ୍କୁ ପରିଶ୍ରମ ଏବଂ ନିବେଶ ଅନୁଯାୟୀ ସଠିକ୍ ପ୍ରାପ୍ୟ ମିଳୁନାହିଁ। ସରକାର ପ୍ରୋତ୍ସାହନ ଦେଇ ବୈଷୟିକ ବ୍ୟବସ୍ଥାରେ ଉନ୍ନତି କଲେ, ଭଲରେ ରୋଜଗାର କରି ପରିବାର ପ୍ରତିପୋଷଣ କରିପାରନ୍ତେ ବୋଲି କହିଛନ୍ତି ବ୍ୟବସାୟୀ ।

କୁଟୀର ଶିଳ୍ପର ବିକାଶ ପାଇଁ ସରକାରୀ ସ୍ତରରେ ଅନେକ ନିଷ୍ପତ୍ତି ନିଆଯାଇଛି । ହେଲେ ପଥର କାରିଗରଙ୍କ ପାଇଁ ଏହା ଏବେବି ଅପହଞ୍ଚ ।

ମନ କିଣୁଛି ପଥର ସାମଗ୍ରୀ, ଆଜିବି କମିନି ଚାହିଦା

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : STONE WORKER 
FORMAT : SPECIAL 
REPORT : DEBASIS MOHAPATRA / BHADRAK
DATE : 05.11.2019 
ANCHOR : ଆଧୁନିକ ସଭ୍ୟତାରେ ବି ଫିକା ପଡିନାହିଁ ବହୁ ପ୍ରାଚୀନ ପଦ୍ଧତି। ଗ୍ରାଇଣ୍ଡର ଅପେକ୍ଷା ଶିଳ ପେସା ସହ ପଥରରେ ତିଆରି ସାମଗ୍ରୀକୁ ଆପଣଉ ଥିବା ଦେଖିବାକୁ ମିଳିଛି ଭଦ୍ରକ କାଳୀପୂଜାରେ। ହେଲେ ପଥୁରିଆ ମାନେ ପ୍ରସ୍ତୁତ କରୁଥିବା ଦ୍ରବ୍ୟ ବିକ୍ରୀ କରି, ସେମାନଙ୍କ ଉଚିତ ପ୍ରାପ୍ୟ ପାଉନାହାନ୍ତି। ଏଥିସହ ଏହି ପଥର ପାଇବା ପାଇଁ ମଧ୍ଯ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇଟିଭି ଭାରତ ସ୍ପେଶାଲ।Body:VO_1 : 96 ବର୍ଷରେ ପଦାର୍ପଣ କରିଥିବା ଓଡିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜାରେ ରିପୋର୍ଟ ସଂଗ୍ରହ ବେଳେ ଆମର ନଜରରେ ଆସିଥିଲେ କିଛି ପଥୁରିଆ ଏବଂ ପଥର ସମାଗ୍ରୀ କିଣୁଥିବା କିଛି ଲୋକ। ଏବେର ବ୍ୟସ୍ତବହୁଳ ସାମାଜରେ ଜନ୍ତ୍ର ଚାଳିତ ପ୍ରାୟ ପ୍ରତ୍ୟେକ ସମାଗ୍ରୀ ଉପଲବ୍ଧ। ହେଲେ ପ୍ରାଚୀନ ପଦ୍ଧତିକୁ ଏବେବି ଛାଡିପାରୁ ନାହାନ୍ତି ଲୋକେ। ଗ୍ରାଇଣ୍ଡର ପରି ଜନ୍ତ୍ର ଚାଳିତ ଦ୍ରବ୍ୟ ଅପେକ୍ଷା ଶିଳ, ପେସା ସହ ପଥରରେ ତିଆରି ସମାଗ୍ରୀ ଗୁଡିକୁ ବେଶ ଆଦରଉଛନ୍ତି ଗୃହିଣୀ ତଥା ଅନ୍ୟମାନେ। ପଥର ସମାଗ୍ରୀରେ ପ୍ରସ୍ତୁତ ଖାଦ୍ୟ ସ୍ଵାଦିଷ୍ଟ ଏବଂ ଶରୀର ପକ୍ଷେ ହିତକର ବୋଲି, ଏବେବି ଏହାର ଚାହିଦା ରହିଛି ବୋଲି କହିଛନ୍ତି ଗରାଖ। ସବୁସମୟରେ ଏହିସବୁ ସମାଗ୍ରୀ ଉପଲବ୍ଧ ହେଉନଥିବାରୁ, ଏହି ମେଳାରୁ ଏସବୁକୁ କିଣିବାକୁ ଅନେକ ଲୋକଙ୍କୁ ଦେଖିବାକୁ ମିଳିଛି।
Bite_1 : ସ୍ବର୍ଣ୍ଣଲତା ବହଳି_ଗୃହିଣୀ_ନାଲି ଶାଢ଼ି 
Bite_2 : ମାନସ ରଞ୍ଜନ ସେଠି_ଗ୍ରାହକ_ପ୍ରିଣ୍ଟ ସାର୍ଟ 

VO_2 : ଅନ୍ୟପକ୍ଷରେ କୌଳକି ବୃତ୍ତିକୁ ଏବେବି ପଥୁରିଆ ମାନେ ଛାଡି ନାହାନ୍ତି। ଅନେକ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ ଜାରି ରଖିଛନ୍ତି ଏମାନେ। ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଦୁଇ ପଇସା ରୋଜଗାର କରୁଛନ୍ତି। ସେମାନଙ୍କ ବର୍ଷ ସାରାର କୌଳକି ବୃତ୍ତି ମଧ୍ୟରେ ଏହିପରି ମେଳାରେ ରୋଜଗାର ନେଇ ସେମାନଙ୍କ ପାଇଁ ବେଶ ମହତ୍ତ୍ଵ ରଖେ। ହେଲେ ପଥୁରିଆ ମାନେ ପରିଶ୍ରମ ଏବଂ ନିବେଶ ଅନୁଯାୟୀ ସେମାନଙ୍କ ପ୍ରାପ୍ୟ ପାଆନ୍ତି ନାହିଁ ବୋଲି କହିଛନ୍ତି। ସରକାର ପ୍ରୋତ୍ସାହନ ଦେଇ ସେମାନଙ୍କ ବୈଷୟିକ ବ୍ଯବସ୍ଥାର ଉନ୍ନତି କଲେ, ଭଲରେ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରନ୍ତେ ବୋଲି କହିଛନ୍ତି ପଥୁରିଆ। 
Bite_3 : ମନରଞ୍ଜନ_ପଥୁରିଆ_ଲଙ୍ଗ୍ ଚେକ ସାର୍ଟ 
Bite_4 : ବିଦ୍ୟାଧର_ପଥୁରିଆ_ବ୍ଲୁ ବେନିଅନConclusion:FVO : କୁଟୀର ଶିଳ୍ପର ବିକାଶ ପାଇଁ ସରକାରୀ ସ୍ତରରେ ଅନେକ ନିଷ୍ପତ୍ତି ନିଆଯାଇଛି। ହେଲେ ପଥୁରିଆ ମାନଙ୍କ ପାଇଁ ଏହା ଏବେବି ଅପହଞ୍ଚ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.