ଭଦ୍ରକ: ଜିଲ୍ଲାରେ ସାମାଜିକ ପରିବର୍ତ୍ତନ ସହ ଆର୍ଥିକ ସ୍ଵଚ୍ଛଳତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଏକ ପ୍ରଶିକ୍ଷଣ ଶିବିର ସହ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଏସପି ଭଦ୍ରକ ଲୋକସଭା ଆନୁକୁଲ୍ୟରେ ସର୍କିଟ ହାଉସଠାରୁ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରି ଚରମ୍ପାର ହୋଟେଲ ଅଭିନନ୍ଦନଠାରେ ପହଞ୍ଚିଥିଲେ ।
ବିଏସପି ପାର୍ଟିର ଜିଲ୍ଲା ସଭାପତି ଓ ଆଇନଜୀବୀ ଧୀମାନ ରାମହରି ଦାସ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଭାରୀ ଧୀମାନ ଚମ୍ପାଲାଲ ତୁନଗାରିଆଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କର୍ଯ୍ୟକ୍ରମକୁ ଉପସଭାପତି ଧୀମାନ ରାଜକିଶୋର ପାତ୍ର ସଭା ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ବହୁଜନ ସମାଜବାଦୀ ପାର୍ଟିର ରାଜ୍ୟ ସ୍ତରରୁ ଜିଲ୍ଲା ଓ ବ୍ଲକସ୍ତରର ବହୁ କର୍ମୀ ଏବଂ ସମର୍ଥକ ଯୋଗ ଦେଇଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ