ETV Bharat / state

ମା' ବଙ୍କବାସୁଳୀ ପୀଠ, ଦୁର୍ଗାପୂଜାରେ ହୁଏ ସ୍ବତନ୍ତ୍ର ନୀତିକାନ୍ତି

ଭଦ୍ରକର 300 ବର୍ଷର ପୁରାତନ ପୀଠ ମା' ବଙ୍କବାସୁଳୀ । ଜାଣନ୍ତୁ ଦୁର୍ଗାପୂଜାରେ ମା'ଙ୍କ ସ୍ବତନ୍ତ୍ର ନୀତିକାନ୍ତି । ଅଧିକ ପଢନ୍ତୁ...

ମା' ବଙ୍କବାସୁଳୀ ପୀଠ, ଦୁର୍ଗାପୂଜାରେ ବଗଳାମୁଖୀଙ୍କ ସ୍ବତନ୍ତ୍ର ନୀତିକାନ୍ତି

author img

By

Published : Oct 14, 2021, 4:33 PM IST

ଭଦ୍ରକ: ଭଦ୍ରକର 300 ବର୍ଷର ପୁରାତନ ପୀଠ ମା' ବଙ୍କବାସୁଳୀ । ଏହି ଶକ୍ତିପୀଠରେ ରହିଛି ନିଆରା ପରମ୍ପରା । ବର୍ଷ ତମାମ ମା'ଙ୍କୁ ଏଠାରେ ବଗଳାମୁଖୀ ବେଶରେ ପୂଜା କରାଯାଉ ଥିବାବେଳେ ଶାରଦୀୟ ଦୁର୍ଗାପୂଜାରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାପାଏ । ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିରେ ପୂଜା କରାଯାଇଥାଏ ଏହି ବଙ୍କବାସୁଳୀ ପୀଠରେ ।

ମା' ବଙ୍କବାସୁଳୀ ପୀଠ, ଦୁର୍ଗାପୂଜାରେ ବଗଳାମୁଖୀଙ୍କ ସ୍ବତନ୍ତ୍ର ନୀତିକାନ୍ତି

କୁହାଯାଏ ଯେ, ଭଦ୍ରକର ମା' ବଙ୍କବାସୁଳୀଙ୍କ ପୀଠ ୩୦୦ ବର୍ଷର ପୁରାତନ ପୀଠ । ପ୍ରଥମେ ମା' ଏଠାରେ ଏକ ଅଶ୍ବସ୍ତ ଗଛ ମୂଳରେ ଆବିର୍ଭାବ ହୋଇଥିଲେ । କାଳକ୍ରମେ ମା'ଙ୍କ ର ଏକ ସ୍ଥାୟୀ ମୃଣ୍ମୟୀ ମୂର୍ତ୍ତି ସ୍ଥାପନା କରାଯାଇ ପୂଜା କରାଯାଉଛି । ୧୯୫୮ ମସିହାରୁ ମା' ଏଠାରେ ମୃଣ୍ମୟୀ ମୂର୍ତ୍ତିରେ ପୂଜା ପାଉଛନ୍ତି । ସ୍ବର୍ଗତ ନନ୍ଦ କିଶୋର ମହାନ୍ତି ଏଠାରେ ଘଟ ସ୍ଥାପନା କରି ପ୍ରଥମେ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ମାନସିକଧାରୀ ମନସ୍କାମନା ପାଇଁ କଖାରୁ ବଳି ଯାଚିଥଆନ୍ତି ମା'ଙ୍କୁ । ଏହି ଜଶହରା ଅବସରରେ ପୀଠରେ ମାନସିକଧାରୀ କଖାରୁ ବଳି ଚଢାଉଥାନ୍ତି ।

ହେଲେ ମାହାମାରୀ କୋରୋନା ଯୋଗୁଁ ଏଥର ମଧ୍ୟ ସବୁକିଛି ଫିକା ପଡିଯାଇଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ସମସ୍ତ କଟକଣା ମଧ୍ୟରେ ଏଠାରେ ମା'ଙ୍କ ଯଥାରୀତି ପୂଜା ଆରମ୍ଭ ହୋଇଥିବା କହିଛନ୍ତି ପୂଜକ । ଏଥିସହ ମା' ବଙ୍କବାସୁଳୀଙ୍କ ଅପାର କରୁଣାରୁ କୋରୋନାରୁ ଅନେକ ଜୀବନ ରକ୍ଷା ହୋଇଥିବା କହିଛନ୍ତି ମାନସିକଧାରୀ ଶ୍ରଦ୍ଧାଳୁ ।

ଏହି ପୁରାତନ ଶକ୍ତିପୀଠ ମା' ବଙ୍କବାସୁଳୀଙ୍କ ପୂଜା ସହ ମା'ଙ୍କ ର ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରାର ସ୍ବତନ୍ତ୍ରତା ବେଶ ନିଆରା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.