ETV Bharat / state

ଫ୍ରି ଫାୟାର ଓ ଲୁଡୋ ଗେମ ଖେଳି ନିଖୋଜ ହୋଇଥିଲେ ଯୁବକ, ବାଡିରୁ ମିଳିଲା ନରକଙ୍କାଳ !

author img

By

Published : Feb 2, 2022, 10:09 PM IST

ନିଖୋଜ ଯୁବକଙ୍କ ନରକଙ୍କାଳ ବାଡିରୁ ଉଦ୍ଧାର । ତେବେ କିଛି ଦିନ ତଳେ ନିଖୋଜ ହୋଇଥବା ଯୁବକଙ୍କ ନରକଙ୍କାଳ ବୋଲି ସନ୍ଦେହ କରଯାଉଛି । ଅଧିକ ପଢନ୍ତୁ

ନିଖୋଜ ଯୁବକଙ୍କ ମୃତଦେହ ଘର ବାଡିରୁ ଉଦ୍ଧାର! ମାସ ପରେ ହେବ ନିଖୋଜ ଥିଲେ ଯୁବକ

ଭଦ୍ରକ: ନିଖୋଜ ଯୁବକଙ୍କ ନରକଙ୍କାଳ ବାଡିରୁ ଉଦ୍ଧାର । ତେବେ କିଛି ଦିନ ତଳେ ନିଖୋଜ ହୋଇଥବା ଯୁବକଙ୍କ ନରକଙ୍କାଳ ବୋଲି ସନ୍ଦେହ କରଯାଉଛି । ମିଳିଥିବା ଜୋତା ଓ କପଡା ଦେଖି ଏହି କଙ୍କାଳ ନିଖୋଜ ଯୁବଙ୍କର ବୋଲି ସନ୍ଦେହ କରାଯାଉଛି ।

ସୂଚାନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡି ଆନନ୍ଦପୁର ଅଞ୍ଚଳରୁ ଏହି ନରକଙ୍କାଳ ମିଳିଛି । ହାତିବାଡି ଗାଁର 19 ବର୍ଷୀୟ ଯୁବକ ଖଗେଶ୍ବର ନାୟକ ଗତ ଡିସେମ୍ବର ମାସରୁ ନିଖୋଜ ଥିଲେ । ମୋବାଇଲରେ ଫ୍ରି ଫାୟାର ଓ ଲୁଡୋ ଗେମ ଖେଳିବା ଦ୍ଵାରା ବାରମ୍ବାର ବାପାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଖର୍ଚ୍ଚ କରିଥିଲେ ।

ଏଥିରେ ଖେଳି ପ୍ରାୟ 20 ହଜାରରୁ ଅଧିକ ଟଙ୍କା କଟିଯାଇଥିଲା । ଫଳରେ ପରିବାର ଲୋକଙ୍କ ତାଗିଦ ପରେ ଖଗେଶ୍ଵର ମୋବାଇଲକୁ ଘରେ ରଖି କେଉଁ ଆଡେ ଚାଲି ଯାଇଥିଲେ। ଏହି ସମୟରେ ମୋବାଇଲରୁ ଗେମକୁ ଅନଇନ୍ସଟାଲ କରିବା ସହ ମୋବାଇଲରୁ କେତେକ ମେସେଜ ମଧ୍ୟ ଡିଲିଟ କରି ଦେଇଥିଲେ ।

ଶେଷରେ ପଡୋଶୀ, ସାଙ୍ଗସାଥୀ ଓ ବନ୍ଧୁଙ୍କ ଘରେ ପଚରା ଉଚୁରା ପରେ ଘର ଲୋକେ ଥାନାରେ ଅଭିଯୋଗ କରିଥଲେ । ତେବେ ତାଙ୍କର କୌଣସି ଖୋଜ ଖବର ମିଳି ନଥିଲା । ଏବେ ତାଙ୍କ ବାଡିରୁ ନରକଙ୍କାଳ ଉଦ୍ଧାର ହୋଇଛି । ଖଗେଶ୍ଵରଙ୍କ ଦାଦା ବାଡିକୁ ବାଉଁଶ କାଟିବା ପାଇଁ ଯାଇଥିବା ବେଳେ ଏକ ଝୁଲନ୍ତା ଖପୁରି ଦେଖିଥିଲେ । ଏଥିସହ ଖଗେଶ୍ଵରଙ୍କ ଜୋତା ଓ ଅନ୍ୟାନ୍ୟ କପଡା ସେଠାରେ ପଡିଥିବା ସୂଚନା ମିଳିଛି । ଏହି ନର କଙ୍କାଳ ଖଗେଶ୍ଵରଙ୍କର ବୋଲି ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ପରେ ଏହା ସ୍ପଷ୍ଟ ହେବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.