ETV Bharat / state

ଶଳା ବାହାଘରରେ ଅଘଟଣ , ବୋଲେରୋ ଧକ୍କାରେ 2 ଭିଣୋଇଙ୍କ ମୃତ୍ୟୁ

ଶଳା ବାହାଘର ପ୍ରୋସେସନରେ ଯିବା ସମୟରେ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଭିଣୋଇଙ୍କ ଶୋଚନୀୟ ମୃତ୍ୟୁ ହୋଇଛି।

author img

By

Published : May 7, 2019, 12:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

ଭଦ୍ରକ: ହସଖୁସିର ମାହୋଲରେ ଦୁଃଖଦ ଘଟଣା । ଶଳା ବାହାଘର ପ୍ରୋସେସନରେ ଯିବା ସମୟରେ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଭିଣୋଇଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ତିହିଡି ଥାନା ଗୋଳାପୋଖରୀ ଛକରେ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତିହିଡି ଥାନା ଗୋଳାପୋଖରୀ ଛକରେ ଝିଅ ଘର ଲୋକେ ପ୍ରୋସେସନ ବାହାରିବା ପାଇଁ ଦୁଇ ଭିଣୋଇ ଠିଆ ହୋଇଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ ବୋଲେରୋ ଗାଡି ଆସି ସେମାନଙ୍କୁ ଧକ୍କା ଦେଇଥିଲା। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭଦ୍ରକ

ମୃତକମାନେ ହେଲେ ଭଦ୍ରକ ଅସ୍ତଳ ଅଞ୍ଚଳର ରମେଶ ଦାସ ଏବଂ ତିହିଡି ପାଳିଆ ଅଞ୍ଚଳର କଦମ୍ବବନ୍ଧୁ ମିଶ୍ର। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅନୁସନ୍ଧାନ କରିବା ସହ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଅଟକ ରଖିଛି। ଅନ୍ୟପଟେ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି ବାହାଘର।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.