ETV Bharat / state

ନିସ୍ବାର୍ଥପର ନମିତା: ବାପାମାଆ ଛେଉଣ୍ଡଙ୍କ ଗଢୁଛନ୍ତି ଭବିଷ୍ୟତ - ନିସ୍ବାର୍ଥପର ନମିତା

ମାଆର ମମତା ଓ ବାପାଙ୍କ ଶ୍ରଦ୍ଧାରୁ ବଞ୍ଚିତ ଅନାଥ ପିଲାମାନଙ୍କୁ ବାତ୍ସଲ୍ୟ ସ୍ନେହ ଦେଉଛନ୍ତି ଭଦ୍ରକର ନମିତା ବଳ । ଶ୍ରଦ୍ଧାରେ ସମସ୍ତ ତାଙ୍କୁ ଡାକନ୍ତି ମମି । ଅଧିକ ପଢନ୍ତୁ...

ନିସ୍ବାର୍ଥପର ନମିତା: ବାପାମାଆ ଛେଉଣ୍ଡଙ୍କ ଗଢୁଛନ୍ତି ଭବିଷ୍ୟତ

author img

By

Published : Mar 24, 2020, 3:21 PM IST

ଭଦ୍ରକ: ମାଆର ମମତା ଓ ବାପାଙ୍କ ଶ୍ରଦ୍ଧାରୁ ବଞ୍ଚିତ ଅନାଥ ପିଲାମାନଙ୍କୁ ସେ ଦେଉଛନ୍ତି ବାତ୍ସଲ୍ୟ ସ୍ନେହ । ପରିତ୍ୟକ୍ତ ସ୍ଥାନରୁ ଅତି ଆଦରରେ ଏମିତି କିଛି ଶିଶୁଙ୍କୁ କୋଳେଇ ନେବାକୁ ସେ କରିଛନ୍ତି ଜୀବନର ବ୍ରତ । ଏଇ ଶିଶୁଙ୍କୁ ମାଆବାପାର ସ୍ନେହ ଦେଇ ସେମାନଙ୍କ ଉଜ୍ବଳ ଭବିଷ୍ୟତ ଗଢୁଥିବା ମହିଳା ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲାର ନମିତା ବଳ । ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ଡାକନ୍ତି ମମି ।

ନିସ୍ବାର୍ଥପର ନମିତା: ବାପାମାଆ ଛେଉଣ୍ଡଙ୍କ ଗଢୁଛନ୍ତି ଭବିଷ୍ୟତ

2009 ମସିହାରେ ରାସ୍ତା କଡରେ ପଡିଥିବା ଏକ ଶିଶୁ କନ୍ୟାକୁ ଉଦ୍ଧାର କରି କୋଳେଇ ଆଣିଥିଲେ ନମିତା । ବାସ ସେହି ଦିନଠାରୁ ସେ ଅନେକ ଶିଶୁଙ୍କୁ ଦେଇଆସିଛନ୍ତି ମାଆର ସ୍ନେହ । ଏବେ ଯାଏଁ ସେ 100ରୁ ଉର୍ଦ୍ଧ୍ବ ଶିଶୁଙ୍କୁ କୋଳେଇ ସାରିଲେଣି । କାହାକୁ ହାତ ନପାତି ନିଜର ସ୍ବଳ୍ପ ସମ୍ବଳରେ ସେ ଜାରି ରଖିଛନ୍ତି ଏଇ କୁନି କୁନି ପିଲାଙ୍କ ଭବିଷ୍ୟତ ଗଢିବାର ପ୍ରୟାସ । ନମିତାଙ୍କ ଦ୍ବାରା ଲାଳିତ ପାଳିତ 23 ଜଣ ପିଲା ଏବେ ବିଭିନ୍ନ ପେଶାରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ।

ଅନେକ ଶିଶୁଙ୍କୁ ନୂଆ ଜୀବନ ଦେଇ ସେମାନଙ୍କ ଭବିଷ୍ୟତ ଗଢୁଥିବା ନମିତାଙ୍କୁ ଯଦି ସରକାର ସହଯୋଗର ହାତ ବଢାନ୍ତେ, ତାହାଲେ ବାପା ମାଆ ବିହୀନ ଅନେକ ଶିଶୁଙ୍କ ଉଜ୍ବଳ ଭବିଷ୍ୟତ ଗଢାଯାଇପାରନ୍ତା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.