ETV Bharat / state

ଆଖଣ୍ଡଳମଣି ପୀଠରେ 144 ଧାରା, ଆଧାରକାର୍ଡ ଦେଖାଇ ଦର୍ଶନ କରୁଛନ୍ତି ସ୍ଥାନୀୟ ବାସିନ୍ଦା

author img

By

Published : Mar 11, 2021, 4:10 PM IST

ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ଭଦ୍ରକର ଆରଡ଼ି ବାବା ଆଖଣ୍ଡଳମଣିଙ୍କର ପ୍ରସିଦ୍ଧ ଜାଗର ଯାତ୍ରାରେ କୋଭିଡ କଟକଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ....

ଆଖଣ୍ଡଳମଣି ପୀଠରେ 144 ଧାରା , ଆଧାରକାର୍ଡ ଦେଖାଇ ଦର୍ଶନ କରୁଛନ୍ତି ସ୍ଥାନୀୟ ବାସିନ୍ଦା

ଭଦ୍ରକ:ରାଜ୍ୟର ପ୍ରସିଦ୍ଧ ଶୈବ ପୀଠ ଭଦ୍ରକର ଆରଡ଼ି ବାବା ଆଖଣ୍ଡଳମଣିଙ୍କର ପ୍ରସିଦ୍ଧ ଜାଗର ଯାତ୍ରାରେ କୋଭିଡ କଟକଣା ଦେଖିବାକୁ ମିଳିଛି । କୋଭିଡ କଟକଣାରେ ଚାଲିଛି ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରା । ହେଲେ ଭକ୍ତ ବାବାଙ୍କୁ ଦର୍ଶନ କରିପାରିବେ ନାହିଁ କି ଦୀପ ଜାଳି ପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ସମଗ୍ର ମନ୍ଦିର ପରିସରକୁ 2 ଦିନ ପାଇଁ ପ୍ରଶାସନ ତରଫରୁ 144 ଧାରା ଜାରି କରାଯାଇଥିଲା । ହେଲେ ସେବାୟତ ମାନଙ୍କ ପ୍ରତିବାଦ ଯୋଗୁ ପୂର୍ବ ନିର୍ଦ୍ଧାରିତ କଟକଣାକୁ ସାମାନ୍ୟ କୋହଳ କରିଛି ପ୍ରଶାସନ । ଆଖପାଖର ଆରଡି, ନାନ୍ଦପୁର, ଓଲଗ ଓ ସୁନ୍ଦରପୁର ପରି 4 ଟି ପଞ୍ଚାୟତବାସୀଙ୍କୁ କୋଭିଡ କଟକଣା ଅନୁପାଳନ ପୂର୍ବକ ଦର୍ଶନ କରିବା ପାଇଁ ଅନୁମତି । ଏଥିସହ ସେବାୟତ ପରିବାରମାନେ ବାବାଙ୍କୁ ଦର୍ଶନ କରିବା ସହିତ ମହାଦୀପ ଉଠାଇବେ ଓ ବାବାଙ୍କର ରୀତିନୀତି ସ୍ବାଭାବିକ ଭାବେ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ସେଠାରେ ଭକ୍ତିମୟ ପରିବେଶ କେମିତି ରହିଛି ସେ ନେଇ ମନ୍ଦିର ପରିସରରୁ ଅଧିକ ସୂଚନା ଦେଉଛନ୍ତି ଇଟିଭି ଭାରତ ଭଦ୍ରକ ପ୍ରତିନିଧି ଦେବାଶିଷ ମହାପାତ୍ର ।

ଆଖଣ୍ଡଳମଣି ମନ୍ଦିର ପରିସରରୁ ଅଧିକ ସୂଚନା ଦେଉଛନ୍ତି ଇଟିଭି ଭାରତ ଭଦ୍ରକ ପ୍ରତିନିଧି ଦେବାଶିସ ମହାପାତ୍ର

ଆଜି ଭୋରୁ 4ରୁ ପହଡ଼ ଖୋଲିବା ପରେ ବାବାଙ୍କର ମଙ୍ଗଳ ଆଳତି ଓ ପହିଲି ଭୋଗ ଆରମ୍ଭ ହୋଇଥିଲା । ତେବେ ଆରଡ଼ିକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାଗୁଡିକୁ ସିଲ୍ କରାଯାଇ ଯାଞ୍ଚ କରୁଛି ପ୍ରଶାସନ । ପ୍ରତିବର୍ଷ ମହାଶିବଶିବରାତ୍ରୀରେ ଆରଡି ପୀଠ ଭକ୍ତ ସମୁଦ୍ରରେ ଉତ୍ସବ ମୁଖର ହୋଇଉଠୁଥିବାବେଳେ ଚଳିତବର୍ଷ ମନ୍ଦିର ପରିବେଶ ଆଜି ଖାଁଖାଁ ଲାଗୁଛି । ତେବେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ମାକ୍ସ ସମସ୍ତଙ୍କୁ ବାଧ୍ୟତାମୂଳକ କରାଯାଇଛି । ମନ୍ଦିରକୁ ପ୍ରବେଶ କରୁଥିବା ସେବାୟତ ପରିବାର ଓ ସ୍ଥାନୀୟ ଭକ୍ତମାନେ ଆଧାର କାର୍ଡ ଦେଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.