ETV Bharat / state

କୋରୋନା ମାଡରେ ବେହାଲ ମୂର୍ତ୍ତି କାରିଗର - ଭଦ୍ରକର ମୂର୍ତ୍ତି କାରିଗର

କୋରୋନା କାଳରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ମାଡ ଖାଇଛି ପାର୍ବଣ ଋତୁ । ଏମିତିରେ ମୂର୍ତ୍ତି ବିକି ରୋଜଗାର କରୁଥିବା କାରିଗର ଏବେ ଚିନ୍ତାରେ ।

corona situation in bhadrak, sculptor in bhadrak, sculptor in grief in bhadrak, bhadrak latest news, sculptor of bhadrak, ଭଦ୍ରକରେ କୋରୋନା ସ୍ଥିତି, ଭଦ୍ରକରେ ପାର୍ବଣ ଋତୁ, ଭଦ୍ରକରେ ଦୁର୍ଦ୍ଦିନରେ ମୂର୍ତ୍ତି କାରିଗର, ମୂର୍ତ୍ତି କାରିଗର, ଭଦ୍ରକର ମୂର୍ତ୍ତି କାରିଗର, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌
କୋରୋନା ମାଡରେ ବେହାଲ ମୂର୍ତ୍ତି କାରିଗର
author img

By

Published : Aug 15, 2020, 9:15 AM IST

ଭଦ୍ରକ: କୋରୋନା କାଳରେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ମାଡ ଖାଇଛି ପାର୍ବଣ ଋତୁ । ଏମିତିରେ ମୂର୍ତ୍ତି ବିକି ରୋଜଗାର କରୁଥିବା କାରିଗର ଏବେ ଚିନ୍ତାରେ । ମହାମାରୀ କୋରୋନା ପାଇଁ ସାରା ବିଶ୍ଵ ଅତି ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଗତ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା କଟକଣା ଯୋଗୁଁ ସବୁ ବେପାର ଠପ । ଯେଉଁଥିରେ ଏବେ ପୂଜା ପାର୍ବଣ ସମୟରେ ମୂର୍ତ୍ତି କାରିଗର ମାନେ ବିଶେଷ ପ୍ରଭାବିତ ହୋଇଥିବା ଦେଖାଯାଇଛି । ଯାହାର ଚିତ୍ର ଦେଖିବାକୁ ମିଳିଛି ଭଦ୍ରକର ମୂର୍ତ୍ତି କାରିଗରଙ୍କ ପାଖରେ।

କୋରୋନା ମାଡରେ ବେହାଲ ମୂର୍ତ୍ତି କାରିଗର

ଗତ ମାର୍ଚ୍ଚ ମାସରୁ କଟକଣା ଯୋଗୁଁ ଲୋକମାନେ କୌଣସି ମୂର୍ତ୍ତି କିଣୁ ନାହଁନ୍ତି । ଫଳରେ କାରିଗରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି । ଜିଲ୍ଲାରେ ରାମ ନବମୀ, ଗଣେଶ ପୂଜା ଅତି ଧୁମଧାମରେ ହୋଇଥାଏ । ମାତ୍ର କୋରୋନା ଯୋଗୁଁ ଏସବୁ ପର୍ବ ବନ୍ଦ ହେବାରୁ ମୂର୍ତ୍ତି କାରିଗରମାନଙ୍କ ବେପାର ପୁରା ଠପ ହୋଇଯାଇଛି । ତେଣୁ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ଏମାନେ ।

ଚଳିତ ବର୍ଷ କଟକଣା ଯୋଗୁଁ ସ୍କୁଲ, କଲେଜ, କ୍ଲବ ଆଦି ସ୍ଥାନରେ ଗଣେଶ ପୂଜା ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଯାହା ଫଳରେ ମୂର୍ତ୍ତି କାରିଗରମାନେ ପୂର୍ବ ପରି ମୂର୍ତ୍ତି ତିଆରି କରୁନାହାନ୍ତି କି ପୂର୍ବରୁ ତିଆରି ହୋଇଥିବା ମୂର୍ତ୍ତି ବିକ୍ରି ହେଉ ନାହିଁ । ପ୍ରଶାସନ 3 ଫୁଟରୁ ଉର୍ଦ୍ଧ ମୂର୍ତ୍ତି ନକରିବାକୁ ନିର୍ଦ୍ଦେଶ ଦେଇଛି । ଫଳରେ କିଛି ଛୋଟ ମୂର୍ତ୍ତି ନିର୍ମାଣ କରି ଯାହା କିଛି ମିଳିବ ବୋଲି ଆଶା ରଖିଛନ୍ତି ଏହି କାରିଗରମାନେ । ତେଣୁ କିଛି ସରକାରୀ ସାହାଯ୍ୟ ମିଳିଲେ ମହାମାରୀ ସମୟରେ ଜୀବିକା ନିର୍ବାହ ହେବ ବୋଲି କାରିଗାରମାନେ ଆଶା କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.