ETV Bharat / state

ଏଠାରେ ପୂଜା ପାଆନ୍ତି ଜିଅନ୍ତା ଠାକୁର, ସାବିତ୍ରୀ ଆଡି ପୀଠ ଲାଗିଲା ବ୍ରତଧାରୀଙ୍କ ଭିଡ଼

author img

By

Published : May 19, 2023, 8:10 PM IST

ଭଦ୍ରକର ପ୍ରସିଦ୍ଧ ସାବିତ୍ରୀ ପୀଠରେ ସାବିତ୍ରୀ ଓଷା ପାଳିଲେ ବ୍ରତାଧାରୀ । ବର୍ଷବର୍ଷ ଧରି ଏଠାରେ ସତ୍ୟବାନ ଏବଂ ସାବିତ୍ରୀଙ୍କ ବିରଳ ମୂର୍ତ୍ତି ପାଉଛନ୍ତି ପୂଜା । ଅଧିକ ପଢ଼ନ୍ତୁ

ସାବିତ୍ରୀ ଆଡି ପିଠର କିମ୍ବଦନ୍ତୀ
ସାବିତ୍ରୀ ଆଡି ପିଠର କିମ୍ବଦନ୍ତୀ
ସାବିତ୍ରୀ ଆଡି ପୀଠର କିମ୍ବଦନ୍ତୀ, ପୂଜାପାନ୍ତି ସତ୍ୟବାନ-ସାବିତ୍ରୀଙ୍କ ବିରଳ ମୂର୍ତ୍ତି

ଭଦ୍ରକ: ସମୟ ଗଡ଼ିବା ସହ ଯୁଗ ମଧ୍ଯ ବଦଳୁଛି । ହେଲେ ବଦଳି ନାହିଁ ପରମ୍ପରା । ଯାହାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ତୋଟା ସାହିର ସାବିତ୍ରୀ ପୀଠରେ । ଉନବିଂଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ସେହି ପୁରାତନ ପରମ୍ପରା ଅନୁସାରେ ଏଠାରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ । ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଓଡ଼ଙ୍ଗ ପଞ୍ଚାୟତରେ ତୋଟାସାହି ଗ୍ରାମ । ଏଠାରେ ମା’ ସାବିତ୍ରୀ ଆଡି ପୀଠରେ ବ୍ରତ ପାଳନ କରିଛନ୍ତି ବ୍ରତଧାରୀ । ବର୍ଷବର୍ଷ ଧରି ଏଠାରେ ସତ୍ୟବାନ ଏବଂ ସାବିତ୍ରୀଙ୍କ ବିରଳ ମୂର୍ତ୍ତି ପୂଜା ପାଉଛନ୍ତି ।

ସାବିତ୍ରୀ ଆଡି ପୀଠର କିମ୍ବଦନ୍ତୀ: ସର୍ବ ପୁରାତନ ଏହି ପୀଠରେ ମା‘ଙ୍କୁ ସ୍ଥାପନା କରାଯାଇନାହିଁ । ବରଂ ମା’ ଏଠାରେ ସ୍ବୟଂ ଆର୍ବିଭାବ ହୋଇଥିବା ନେଇ କିମ୍ବଦନ୍ତୀ ରହିଛି । ବର୍ଷକ ବାର ମାସ ଯାକ ମା’ ଏଠାରେ ପୂଜା ପାଉଛନ୍ତି । ହେଲେ ସାବିତ୍ରୀ ବ୍ରତ ଦିନ ଏହି ପୀଠ ବେଶ ଚଳଚଞ୍ଚଳ ହୋଇ ଉଠେ । ଏହି ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ମା'ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ସାନିଧ୍ୟ ଲାଭ କରିବା ପାଇଁ ପହଞ୍ଚିଥାଆନ୍ତି । ତେଣୁ ସାବିତ୍ରୀ ବ୍ରତ ଦିନ ମା'ଙ୍କ ପୂଜାର୍ଚ୍ଚନା କଲେ ସ୍ବାମୀଙ୍କ ସହ ସପରିବାରର ଦୀର୍ଘ ତଥା ନିରାମୟ ଜୀବନ ଅତିବାହିତ ହୋଇ ପାରିବ ବୋଲି ବିଶ୍ଵାସ ରହିଛି।

ତେଣୁ ଏହି ଦିନକୁ ସଧବା ନାରୀମାନେ ବର୍ଷ ସାରା ଅପେକ୍ଷା କରି ରହିଥାଆନ୍ତି । ମା’ଙ୍କ ଅତି ପ୍ରିୟ ଭୋଗ ହେଉଛି ମୁଆଁ । ଏଥିସହ 14 ପ୍ରକାର ଫଳ ପୁଷ୍ପ ଧରି, ମା’ଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ପ୍ରବଳ ଖରାରେ ଭିଡ଼ ସତ୍ତ୍ଵେ ଲମ୍ବା ଲାଇନରେ ରହି ଶ୍ରଦ୍ଧାଳୁ ଭକ୍ତମାନେ ଶୃଙ୍ଖଳିତ ଭାବେ ମା’ଙ୍କ ଦର୍ଶନ କରିଥିବା ଚଳିତ ବର୍ଷ ଦେଖିବାକୁ ମିଳିଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜି ସୋଡ଼ସ ଉପଚାର ପୂଜା ସହ ମା’ଙ୍କର ପୂଜା ନୀତି ଆରମ୍ଭ ହୋଇଥିଲା ।

ଏହି ପୂଜାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମନ୍ଦିର କମିଟି ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏଥିସହ ବହୁ ଲୋକମାନଙ୍କ ସମାଗମକୁ ଦୃଷ୍ଟିରେ ରକ୍ତ ଅନେକ ଅସ୍ଥାୟୀ ଦୋକାନୀମାନେ ଦିପଇସା ରୋଜଗାର କରିବା ପାଇଁ ସେମାନଙ୍କର ପସରା ମେଲାଇଥାଆନ୍ତି । ଏହି ବହୁ ପୁରାତନ ପୀଠର ଭିତ୍ତିଭୂମି ବିକାଶ କରିବା ସହିତ ଏହାକୁ ଏକ ତୀର୍ଥ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ସରକାରଙ୍କୁ ଦାବି କରିଛନ୍ତି ଶ୍ରଦ୍ଧାଳୁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.