ETV Bharat / state

ଜଳ ନିଷ୍କାସନ ଦାବିରେ ଜାମୁଝାଡି-ଧାମରା ରାସ୍ତା ଅବରୋଧ

ଜଳ ନିଷ୍କାସନ ଦାବିରେ ଭଦ୍ରକ ଜିଲ୍ଲାର ଜାମୁଝାଡୀ-ଧାମରା ରାସ୍ତାର ନରସିଂହପୁର ଛକ ଠାରେ ରାସ୍ତାରୋକ କରିଥିଲେ ଅଞ୍ଚଳବାସୀ ।

author img

By

Published : Jun 26, 2019, 10:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜଳ ନିଷ୍କାସନ ଦାବିରେ ବୁଧବାର ଜିଲ୍ଲାର ଜାମୁଝାଡି-ଧାମରା ରାସ୍ତାର ନରସିଂହପୁର ଛକ ଠାରେ ରାସ୍ତାରୋକ କରିଥିଲେ ଅଞ୍ଚଳବାସୀ । ଅଳ୍ପ ବର୍ଷାରେ ନରସିଂହପୁର ଏବଂ ମଖଲପୁର ଗାଁ ବୁଡିଯିବା ସହିତ ଏକର ଏକର ଚାଷ ଜମି କ୍ଷତିଗ୍ରସ୍ତ ହେଉଛି । ବର୍ଷା ଋତୁରେ ଉଭୟ ଗାଁର ପାଖାପାଖି 400 ପରିବାର ଏକ ପ୍ରକାର ଜଳବନ୍ଦୀ ଭାବେ ଜୀବନ ଅତିବାହିତ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଜଣାଇଛନ୍ତି ସ୍ଥାନୀୟ ଲୋକେ । ହେଲେ ସେମାନଙ୍କ କଥା କେହି ବୁଝୁନଥିବାରୁ ବାଧ୍ୟ ହୋଇ ଗାଁ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହିତ ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଜାମୁଝାଡି-ଧାମରା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

ତେବେ ଆଗକୁ ବର୍ଷା ଋତୁ ଆସୁଥିବାରୁ ତୁରନ୍ତ ଗାଁରୁ ଏକ ନାଳ କରାଯାଇ ଜଳ ନିଷ୍କାସନର ବ୍ୟବସ୍ଥା ପାଇଁ ଦାବି ହୋଇଛି । ଜଳ ନିଷ୍କାସନ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲୁ ରହିବ ବୋଲି ଲୋକମାନେ ଚେତାବନୀ ଦେଇଥିଲେ । ପରେ ଘଟଣାସ୍ଥଳରେ ବାସୁଦେବପୁରର ଅତିରିକ୍ତ ତହସିଲଦାର ପହଞ୍ଚି ଏ ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଜଳ ନିଷ୍କାସନ ଦାବିରେ ଆଜି ଜାମୁଝାଡୀ-ଧାମରା ରାସ୍ତାର ନରସିଂହପୁର ଛକ ଠାରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। Body:ଜଳ ନିଷ୍କାସନ ଦାବିରେ ଆଜି ଜାମୁଝାଡୀ-ଧାମରା ରାସ୍ତାର ନରସିଂହପୁର ଛକ ଠାରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଅଳ୍ପ ବର୍ଷାରେ ନରସିଂହପୁର ଏବଂ ମଖଲପୁର ଗାଁ ବୁଡିଯିବା ସହିତ ଏକର ଏକର ଚାଷ ଜମି କ୍ଷତିଗ୍ରସ୍ଥ ହେଉଛି। ବର୍ଷା ରୁତୁରେ ଉଭୟ ଗାଁ ର ପାଖାପାଖି 400 ପରିବାର ଏକ ପ୍ରକାର ଜଳବନ୍ଦୀ ଭାବେ ଜୀବନ ଅତିବାହିତ କରୁଛନ୍ତି। ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଜଣାଇଛନ୍ତି ସ୍ଥାନୀୟ ଲୋକେ। ହେଲେ ସେମାନଙ୍କ କଥାକୁ କେହି ବୁଝୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବାଧ୍ୟ ହେଇ ଆଜି ଗାଁ ଲୋକେ ରାଜରାସ୍ତାକୁ ଓଲ୍ହାଇବା ସହିତ ରାସ୍ତାରୋକ କରିଛନ୍ତି।ଆଗକୁ ବର୍ଷା ଋତୁ ଆସୁଥିବାରୁ ତୁରନ୍ତ ଗାଁ ରୁ ଏକ ନାଳ କରାଯାଇ ଜଳ ନିଷ୍କାସନର ବ୍ୟବସ୍ଥା ପାଇଁ ଦାବି ହୋଇଛି। ଜଳ ନିଷ୍କାସନ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଛାଲୁ ରହିବ ବୋଲି ଲୋକମାନେ ଚେତାବନୀ ଦେଇଥିଲେ। ପରେ ଘଟଣା ସ୍ଥଳରେ ବାସୁଦେବପୁର ର ଅତିରିକ୍ତ ତହସିଲଦାର ପହଞ୍ଚି, ତୁରନ୍ତ ଏନେଇ ବିହୀତ ପଦକ୍ଷେପ ଗ୍ରହଣ କରାଯିବାର ନିର୍ଭର ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା। ଏହି ରାସ୍ତା ରୋକ ଫଳରେ ଦୀର୍ଘ ସମୟ ଧରି ଜାମୁଝାଡୀ-ଧାମରା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
Bite_1_ଅଭିମନ୍ୟୁ ବିଶ୍ଵାଳ_ଗ୍ରମବାସୀ
Bite_2_ରାଧାକାନ୍ତ ବାରିକ_ଅତିରିକ୍ତ ତହସିଲଦାର_ବାସୁଦେବପୁରConclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.