ETV Bharat / state

300 ମିଟର ଧସିଲା ନଦୀବନ୍ଧ, ଆତଙ୍କିତ 30 ପରିବାର - bhadrak district news

ବୈତରଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଶାଖା ନଦୀ ଗେଙ୍ଗୁଟିରେ ଧସିଲା ନଦୀବନ୍ଧ । 30 ପରିବାର ପ୍ରଭାବିତ ହେବା ନେଇ ଆଶଙ୍କା । ଅଧିକ ପଢନ୍ତୁ..

3ଶହ ମିଟର ଧସିଲା ନଦୀ ବନ୍ଧ, ପ୍ରଭାବିତ ହେବା ଆଶଙ୍କାରେ 30 ପରିବାର

author img

By

Published : May 31, 2021, 7:21 PM IST

ଭଦ୍ରକ: ବୈତରଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଧସିଲା ନଦୀବନ୍ଧ। ପ୍ରାୟ 3 ଶହ ମିଟରର ନଦୀବନ୍ଧ ଧସି ପଡିଥିବା ଦଖିବାକୁ ମିଳିଛି । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ । ଫଳରେ ନଦୀବନ୍ଧ ପାଖରେ ଥିବା ସେଠୀ ସାହିର 30 ଟି ପରିବାର ସମେତ ପଧାନୀ ଓ ଦଲାଙ୍ଗ ପଞ୍ଚାୟତର ଲୋକେ ପ୍ରଭାବିତ ହେବାନେଇ ଆଶଙ୍କା ଦେଖାଯାଇଛି ।

3ଶହ ମିଟର ଧସିଲା ନଦୀ ବନ୍ଧ, ପ୍ରଭାବିତ ହେବା ଆଶଙ୍କାରେ 30 ପରିବାର

ଖବର ଅନୁଯାୟୀ ଚଳିତ ବର୍ଷ ବୈତରଣୀ ନଦୀରେ ଆସିଥିବା ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ଶାଖା ଗେଙ୍ଗୁଟି ନଦୀରେ ମଧ୍ୟ ବନ୍ୟା ପାଣି ଆସିଥିଲା। ଫଳରେ ଏହାର ଦୁର୍ବଳ ନଦୀବନ୍ଧ ମଧ୍ୟ ପ୍ରଭାବିତ ହୋଇଥିଲା। ତେବେ ଆଜି ଏହି ନଦୀର କଣ୍ଟୀଡୋଳ ସେଠି ସାହି ନିକଟରେ ଗେଙ୍ଗୁଟି ନଦୀର ଦକ୍ଷିଣ ପାର୍ଶ୍ଵ ନଦୀବନ୍ଧ ପ୍ରାୟ 300 ମିଟରରୁ ଅଧିକ ହେବ ଧସି ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ମରାମତି କରିବାରେ ଲାଗିଛନ୍ତି ଗ୍ରାମବାସୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.