ETV Bharat / state

ଫେରିବେ ପ୍ରବାସୀ, ଭଦ୍ରକ ଜିଲ୍ଲା ପ୍ରଶାସନର ପାକ୍ ପ୍ରସ୍ତୁତି - ଭଦ୍ରକ ଜିଲ୍ଲା ପ୍ରଶାସନ

ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 7 ଟି ବ୍ଲକ ଅନ୍ତର୍ଗତ 218 ଟି ପଞ୍ଚାୟତରୁ 30,356 ଜଣ ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ରେଜିଷ୍ଟ୍ରେସନ କରି ଥିବା ବେଳେ, ଜିଲ୍ଲାର 2 ଟି ମୁନିସିପାଲିଟି ଓ 2 ଟି ଏନଏସି ଅନ୍ତର୍ଗତ 79 ଟି ୱାର୍ଡ଼ରୁ 1774 ଜଣ ପ୍ରବାସୀ ଓଡିଆ ଫେରିବା ପାଇଁ ରେଜିଷ୍ଟ୍ରେସନ କରିଥିବା ଜଣାପଡ଼ିଛି। ପଢନ୍ତୁ ଅଧିକ ଖବର...

returning-expatriates-pak-preparations-of-the-bhadrak-district-administration

author img

By

Published : Apr 28, 2020, 8:42 PM IST

ଭଦ୍ରକ: ଭଦ୍ରକ ଜିଲ୍ଲାରେ ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 7 ଟି ବ୍ଲକ ଅନ୍ତର୍ଗତ 218 ଟି ପଞ୍ଚାୟତରୁ 30,356 ଜଣ ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ରେଜିଷ୍ଟ୍ରେସନ କରି ଥିବାବେଳେ ଜିଲ୍ଲାର 2 ଟି ମୁନିସିପାଲିଟି ଓ 2 ଟି ଏନଏସି ଅନ୍ତର୍ଗତ 79 ଟି ୱାର୍ଡ଼ରୁ 1774 ଜଣ ପ୍ରବାସୀ ଓଡିଆ ଫେରିବା ପାଇଁ ରେଜିଷ୍ଟ୍ରେସନ କରିଥିବା ଜଣାପଡ଼ିଛି। ତେବେ ଅଦ୍ୟାବଧି ମୋଟ 32,130 ଜଣ ପ୍ରବାସୀ ଓଡିଆ ଭଦ୍ରକ ଜିଲ୍ଲାକୁ ଫେରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିବା ଜଣାପଡ଼ିଛି। ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଫେରିବେ ପ୍ରବାସୀ, ଭଦ୍ରକ ଜିଲ୍ଲା ପ୍ରଶାସନର ପାକ୍ ପ୍ରସ୍ତୁତି
ଏନେଇ ପ୍ରଶାସନ ପକ୍ଷରୁ ପାଞ୍ଚ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ, ମୁନିସିପାଲିଟି ଓ ଏନଏସି ଦାୟିତ୍ବ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ (Gen) ଶ୍ୟାମଭକ୍ତ ମିଶ୍ରଙ୍କୁ ଭଦ୍ରକ ବ୍ଲକ ଓ ଭଦ୍ରକ ମୁନିସିପାଲିଟି / ଅତିରିକ୍ତ ଜିଲ୍ଲାପାଳ (Rev) ଅରୁଣ କୁମାର ମହାପାତ୍ରଙ୍କୁ ଚାନ୍ଦବାଲି ବ୍ଲକ, ଚାନ୍ଦବାଲି ଏନଏସି ଓ ତିହିଡ଼ି ବ୍ଲକ / P.D. DRDA ମଧୁସୂଦନ ଦାସଙ୍କୁ ବାସୁଦେବପୁର ବ୍ଲକ ଓ ବାସୁଦେବପୁର ମୁନିସିପାଲିଟି / ଉପ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଧାମନଗର ବ୍ଳକ, ଧାମନଗର ଏନଏସି ଓ ଭଣ୍ଡାରିପୋଖରୀ ବ୍ଲକ / ଅତିତିକ୍ତ P.D. DRDA (Admn) ରାଜେନ୍ଦ୍ର ପଣ୍ଡାଙ୍କୁ ବନ୍ତ ବ୍ଲକ ଦାୟିତ୍ଵ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ଭଦ୍ରକ ଜିଲ୍ଲାରେ ତିନି ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 19ରେ ପହଞ୍ଚିଛି। ସେଥିମଧ୍ୟରୁ ସର୍ବାଧିକ 9 ଜଣ ଆକ୍ରାନ୍ତ ବାସୁଦେବପୁର ରୁ ଚିହ୍ନଟ ହୋଇଥିବା ବେଳେ, ଭଣ୍ଡାରିପୋଖରୀ, ତିହିଡି ଓ ଧାମନଗର ଅଞ୍ଚଳରୁ ଦୁଇ ଜଣ ଲେଖାଏଁ ମୋଟ 6 ଜଣ, ବନ୍ତ ଅଞ୍ଚଳରେ ଜଣେ, ଭଦ୍ରକ ପୌରାଞ୍ଚଳରୁ ଜଣେ ଓ ଭଦ୍ରକ ଗ୍ରାମାଞ୍ଚଳରୁ 2 ଜଣଙ୍କୁ ମିସାଇ ମୋଟ 19 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ 21 ଟି ପଞ୍ଚାୟତ କୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏଥିସହ ଜିଲ୍ଲାର 7 ଟି ବ୍ଲକ ଅନ୍ତର୍ଗତ 32 ଟି ପଞ୍ଚାୟତ କୁ ସର୍ଭିଲାନ୍ସ ଜୋନ ଭାବରେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.