ETV Bharat / state

ଧାମନଗର ବିଜ୍ଞାପିତ ଅଞ୍ଚଳର ସାନି ମତଦାନ - ଧାମନଗର ବିଜ୍ଞାପିତ ଅଞ୍ଚଳର ସାନି ମତଦାନ ଖବର

ଭଦ୍ରକ ଜିଲ୍ଲା ଧାମନଗରରେ ବିଶୃଙ୍ଖଳା ପାଇଁ ବାତିଲ ହୋଇଥିବା ବୁଥରେ ଆଜି ଚାଲିଛି ସାନି ମତଦାନ । ଅଧିକ ପଢନ୍ତୁ

ଧାମନଗର ବିଜ୍ଞାପିତ ଅଞ୍ଚଳର ସାନି ମତଦାନ
ଧାମନଗର ବିଜ୍ଞାପିତ ଅଞ୍ଚଳର ସାନି ମତଦାନ
author img

By

Published : Apr 5, 2022, 5:14 PM IST

ଭଦ୍ରକ: ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର 4 ଟି ୱାର୍ଡ଼ ଅନ୍ତର୍ଗତ 6 ଟି ବୁଥରେ ଜାରିରହିଛି ସାନି ମତଦାନ । 2 ନମ୍ବର ୱାର୍ଡ଼ର 3 ନମ୍ବର ବୁଥ, 5 ନମ୍ବର ୱାର୍ଡ଼ର 8 ଓ 9 ନମ୍ବର ବୁଥ, 9 ନମ୍ବର ୱାର୍ଡ଼ର 16 ନମ୍ବର ବୁଥ ଏବଂ 10 ନମ୍ବର ୱାର୍ଡ଼ର 17 ଓ 18 ନମ୍ବର ବୁଥରେ ବିଶୃଙ୍ଖଳା କାରଣରୁ ମତଦାନ ବାତିଲ୍ ହୋଇଥିଲା । ଆଜି(ମଙ୍ଗଳବାର) ଏହିସବୁ ସ୍ଥାନରେ ସାନି ମତଦାନ କରାଯାଇଛି ।

ଧାମନଗର ବିଜ୍ଞାପିତ ଅଞ୍ଚଳର ସାନି ମତଦାନ

ସକାଳ 10 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସ୍ପଷ୍ଟ କରାଯାଇଥିଲା । ଏଥିସହ ଆସନ୍ତାକାଲି(ବୁଧବାର) ଭୋଟ ଗଣତି କରାଯିବ । ଏହି କ୍ରମରେ ଆଜି ସେଠାରେ ମତଦାନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହେଉଛି । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, 3 ଜଣ DSP ଙ୍କ ସମେତ ଇନସ୍ପେକ୍ଟର, ସବଇନସ୍ପକ୍ଟର, ASI ଓ ମହିଳା ପୋଲିସ ମୁତୟନ କରାଯାଇଥିବା ସୂଚନା ମିଳିଛି । ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ବୁଥରେ ସିସିଟିଭି ଲଗାଯିବା ସହ ଭିଡିଓ ଗ୍ରାଫି କରାଯାଉଛି ।

ମୋଟାମୋଟି ଏହି ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି ଏବଂ ସେଠାରେ ସୁରୁଖୁରୁରେ ମତଦାନ ଚାଲିଛି । ପ୍ରକାଶ ଥାଉ କି, ମାର୍ଚ୍ଚ 24 ରେ ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର 4 ଟି ୱାର୍ଡ଼ ଅନ୍ତର୍ଗତ 6 ଟି ବୁଥରେ ମତଦାନ ସମୟରେ ହିଂସାକାଣ୍ଡ ଘଟିଥିଲା । କେତେକ ଦୁର୍ବୃତ୍ତ ଅତର୍କିତ ଭାବେ ବୁଥ୍‌ରେ ପହଞ୍ଚି ମାର୍‌ପିଟ ଓ ଭଙ୍ଗାରୁଜା କରିଥିଲେ । ଏପରିକି ସେମାନେ ଇଭିଏମକୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।

ଏନେଇ ଖବର ପାଇ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏହି ଘଟଣାରେ ବିଭିନ୍ନ ରାଜନୈତିକ ଦଳର 4 ଜଣ ଆହତ ହୋଇଥିଲେ । ଏଥିସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଛୁରା ମାଡ ସହ ମରଣାନ୍ତକ ଆକ୍ରମଣ ହୋଇଥିଲା । ତେବେ ଆଜି ଜାରି ରହିଥିବା 4 ଟି ୱାର୍ଡ ଅନ୍ତର୍ଗତ 3/8/9/16/17/18 ନମ୍ବର ଆଦି 6 ଟି ବୁଥରେ ସାନି ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.