ETV Bharat / state

ମଦମୃତ୍ୟୁକୁ ନେଇ ତିହିଡିରେ ଉତ୍ତେଜନା - wine death

ମଦମୃତ୍ୟୁକୁ ନେଇ ଲୋକଙ୍କ ଭିତରେ ଉତ୍ତେଜନା । ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Apr 30, 2019, 3:25 PM IST

ଭଦ୍ରକ: ଦୌଲତପୁର ମଦମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ପିରହାଟ ବଜାର ନିକଟରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଗତକାଲି ଭଦ୍ରକ ତିହିଡି ବ୍ଲକ ଅନ୍ତର୍ଗତ ଦୌଲତପୁରରେ ମଦପିଇ ବହୁଲୋକ ଅସୁସ୍ଥ ହୋଇପଡିଥିଲେ । ଘଟଣାରେ ଏପର୍ଯ୍ୟନ୍ତ 6ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 30ରୁ ଊର୍ଦ୍ଧ୍ବ ଅସୁସ୍ଥ ଅଛନ୍ତି । ତେବେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।

ସେପଟେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ନେଇ ସୂଚନା ଦେଇଛନ୍ତି ଅବକାରୀ ସଚିବ ନିକୁଞ୍ଜ ଧଳ । ତିନୋଟି ବିଭାଗ ସ୍ବାସ୍ଥ୍ୟ, ରାଜସ୍ବ ଓ ଜିଲ୍ଲାପ୍ରଶାସନ ତଥା ସବକଲେକ୍ଟର ମିଳିତ ଭାବେ ତଦନ୍ତ କରିବେ ବୋଲି ଜଣାପଡିଛି । ତେବେ ଘଟଣାର ପ୍ରାଥମିକ ରିପୋର୍ଟ ହସ୍ତଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଦର୍ଶାଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

BANA

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.