ETV Bharat / state

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ, ଭଦ୍ରକରେ 53 କୋରୋନା ପଜେଟିଭରୁ 35 ଲୋକାଲ କେସ

author img

By

Published : Jul 30, 2020, 12:26 PM IST

ଭଦ୍ରକ ଜିଲ୍ଲାରେ ଆଜି(ଗୁରୁବାର) 53 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 35 ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ 18 ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନଦାସ ଟ୍ବିଟ କରି ସୂଚନା ଦେଇଛନ୍ତି ।

Bhadrak
ଭଦ୍ରକରେ 53 କୋରୋନା ପଜେଟିଭ

ଭଦ୍ରକ: ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମାତ୍ର ଏବେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଭଦ୍ରକ ଜିଲ୍ଲାରେ ଆଜି(ଗୁରୁବାର) 53 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 35 ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ 18 ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନଦାସ ଟ୍ବିଟ କରି ସୂଚନା ଦେଇଛନ୍ତି ।

Bhadrak
ଭଦ୍ରକ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି

ତେବେ 2 ଦିନର ବ୍ରେକ ପରେ ଆଜି ଭଦ୍ରକ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ମାମଲା ଆଗାମୀ ଦିନରେ ସଂକ୍ରମଣ ରୋକିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଖବର ଅନୁଯାୟୀ, ଗୁରୁବାର ଚିହ୍ନଟ ହୋଇଥିବା 53 ଜଣ କେରୋନା ସଂକ୍ରମଣକୁ ମିଶାଇଲେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 606ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 478 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Bhadrak
53 କୋରୋନା ପଜେଟିଭରୁ 35 ଲୋକାଲ କେସ

ଏହାସହ ଗତ 24 ଘଣ୍ଟା ମଧ୍ୟରେ 19 ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି 126 ଜଣ ଆକ୍ଟିଭ କେସ ଚିକିତ୍ସିତ ହେଉଛନ୍ତି । ଅଦ୍ୟାବଧି ଜିଲ୍ଲାରୁ ମୋଟ 17,714 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।

Bhadrak
ଭଦ୍ରକ ଜିଲ୍ଲାପାଳ ଜ୍ଞାନଦାସ ଟ୍ବିଟ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.