ଭଦ୍ରକ: ଜିଲ୍ଲା ବନ ବିଭାଗ ଏସିଏଫଓଙ୍କ ନେତୃତ୍ବରେ ଯାଞ୍ଚକାରୀ ଦଳ ଭଦ୍ରକ ସହରରେ ଥିବା ଲକ୍ଷ୍ମୀନାରାୟଣ ନାମକ ଏକ ସରକାରୀ କାଠ ଗୋଲାରେ ଚଢାଉ କରିଛି। ଯେଉଁଠୁ ଲକ୍ଷାଧିକ ଟଙ୍କାର ବେଆଇନ କାଠ ଓ ପଟା ଜବତ ହୋଇଛି। ଏହି ଯାଞ୍ଚକାରୀ ଦଳରେ ଏସିଏଫଓଙ୍କ ସହ ଭଦ୍ରକ ଓ ଚାନ୍ଦବାଲି ବନଖଣ୍ଡ ରେଞ୍ଜରଙ୍କ ସହ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ। କୌଣସି ପ୍ରକାର ହିଂସାକୁ ଦୃଷ୍ଟିରେ ରଖି ଏହି ଯାଞ୍ଚକାରୀ ଦଳକୁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ସହରରେ ଥିବା ପ୍ରାୟ 20ଟି କାଠ ଡିପୋରେ ଏହି ଯାଞ୍ଚ କରାଯିବାର ଅଛି। ହେଲେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ