ETV Bharat / state

ଟାୟାର ଜାଳି ଧାମରା-ଜାମୁଝାଡି ରାସ୍ତାରୋକ

author img

By

Published : Aug 19, 2019, 10:51 AM IST

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପାରାପୋଖରୀ ଗ୍ରାମରେ ଜଣକର ମଦ ପିଇ ମୃତ୍ୟୁ ହେବା ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟଲୋକେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ମଦ ମୃତ୍ୟୁକୁ ନେଇ ତାତିଲେ ଲୋକେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପାରାପୋଖରୀ ଗ୍ରାମରେ ଜଣକର ମଦ ପିଇ ମୃତ୍ୟୁ ହେବା ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଏହାସହ ମଦ ବେପାର ମଧ୍ୟ ବନ୍ଦ କରିବାକୁ ଦାବି କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ
ଧାମରା-ଜାମୁଝାଡି ରାସ୍ତାର ପାରାପୋଖରୀ ଛକ ନିକଟରେ ଟାୟାର ଜାଳି ଏହି ରାସ୍ତାରୋକ କରିଛନ୍ତି । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ମୃତକ ଜଣକ ହେଲେ ନାରାୟଣ ନାୟକ । ରବିବାର ନାରାୟଣ ଗାଁରେ ବିକ୍ରି ହେଉଥିବା ମଦ ପିଇବାର କିଛି ସମୟ ପରେ ଗୁରୁତର ହୋଇପଡିଥିଲେ। ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିଲେ ହେଁ ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଗାଁରେ ବିକ୍ରି କରାଯାଉଥିବା ମଦ କାରବାରକୁ ବନ୍ଦ କରିବା ଦାବିରେ ରାସ୍ତାରୋକ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ମଦ ପିଇ ଜଣଙ୍କର ମୃତ୍ୟୁ ପରେ ମଦ ବେପାର ବନ୍ଦ ସହିତ କ୍ଷତିପୂରଣ ଦାବିରେ ରାସ୍ତାରୋକ।Body:ମଦ ପିଇ ଜଣଙ୍କର ମୃତ୍ୟୁ ପରେ ମଦ ବେପାର ବନ୍ଦ ସହିତ କ୍ଷତିପୂରଣ ଦାବିରେ ରାସ୍ତାରୋକ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପାରାପୋଖରୀ ଗ୍ରାମର ନାରାୟଣ ନାୟକ ଗତକାଲି ଗାଁରେ ବିକାଯାଉଥିବା ମଦ ପିଇଥିଲେ। ଏହାର କିଛି ସମୟ ପରେ ସେ ଗୁରୁତର ହେଇପଡିଥିଲେ। ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ହେଲେ ସଂଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଗାଁରେ ବିକ୍ରି କରାଯାଉଥିବା ମଦ କାରବାରକୁ ବନ୍ଦ କରିବା ଦାବିରେ ରାସ୍ତାରୋକ କରିଛନ୍ତି। ଧାମରା-ଜାମୁଝାଡୀ ରାସ୍ତାର ପାରାପୋଖରୀ ଛକ ନିକଟରେ ଟାୟାର ଜାଳି ଏହି ରାସ୍ତାରୋକ ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲୁରହିବ ବୋଲି ଆନ୍ଦୋଳନ କାରୀମାନେ କହିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.