ETV Bharat / state

ବନ୍ତ ବ୍ଲକ ସମ୍ମୁଖରେ ଆନ୍ଦୋଳନ ଘଟଣା: 9 ଗିରଫ - 9 ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଆନ୍ଦୋଳନକାରୀ ଗିରଫ

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ରାମେଶ୍ବର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ଚୟନରେ ବନ୍ତ ବିପିଏମ ପାତର ଅନ୍ତର କରିଥିବା ଅଭିଯୋଗ କରି ବୁଧବାର ମହିଳାମାନେ ବ୍ଲକ ପରିସରରେ ଆନ୍ଦୋଳନ କରିଥିଲେ । ଏହି ମାମଲାରେ ପୋଲିସ 9 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସମ୍ମୁଖରେ ଆନ୍ଦୋଳନ ଘଟଣା

author img

By

Published : Oct 29, 2020, 7:31 PM IST

ଭଦ୍ରକ: ଜିଲ୍ଲାସ୍ଥିତ ବନ୍ତ ବ୍ଲକ ପରିସରରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଆନ୍ଦୋଳନ ଘଟଣାରେ ପୋଲିସ 9 ଜଣଙ୍କୁ ଗିରଫ କରିଛି । ଗିରଫ ସମସ୍ତ ମହିଳାଙ୍କ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜିଲ୍ଲାସ୍ଥିତ ସ୍ବତନ୍ତ୍ର ଉପକାରାଗାରକୁ ପଠାଇ ଦିଆଯାଇଛି ।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସମ୍ମୁଖରେ ଆନ୍ଦୋଳନ ଘଟଣା

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ରାମେଶ୍ବର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ଚୟନରେ ବନ୍ତ ବିପିଏମ ପାତର ଅନ୍ତର କରିଥିବା ଅଭିଯୋଗ କରି ବୁଧବାର କେତେକ ମହିଳା ଓ ପୁରଷମାନେ ବ୍ଲକ ପରିସରରେ ଆନ୍ଦୋଳନ କରିଥିଲେ । ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ଜଣେ ବ୍ଲକ କର୍ମଚାରୀ ଆହତ ହୋଇଥିଲେ ।

ସେହିପରି ଉତ୍ୟକ୍ତ ଆନ୍ଦୋଳନକାରୀ କମ୍ପ୍ୟୁଟର ଓ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିବା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ କରିଦେଇଥିଲେ । ଏନେଇ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ଆନ୍ଦୋଳନରେ ସମ୍ପୃକ୍ତ ଥିବା 9 ଜଣଙ୍କୁ ଆଜି(ଗୁରୁବାର) ଗିରଫ କରିଛି । ଗିରଫ ଆନ୍ଦୋଳନକାରୀଙ୍କ ମଧ୍ୟରେ ମହିଳା ଓ ପୁରୁଷ ଅଛନ୍ତି । ଏନେଇ ଭଦ୍ରକ ଏସଡିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି । ଏଥିସହ ମାମଲାର ଦତନ୍ତ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଏସଡିପିଓ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.