ଭଦ୍ରକ: ମିଳିଲା ପ୍ରତିଶ୍ରୁତି, ହଟିଲା ଧାରଣା । ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥର ରାଣୀତାଲ ଠାରେ ଦୀର୍ଘ 48 ଦିନ ଧରି ଗଳାପୋଲ ନିର୍ମାଣ ଦାବିରେ ରାଣୀତାଲ ବିକାଶ ମଞ୍ଚ ଆହ୍ବାନରେ ବିଭିନ୍ନ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା । ଖୁବଶୀଘ୍ର ଗଳାପୋଲ ନିର୍ମାଣ ହେବା ନେଇ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଧାରଣାରୁ ଉଠିଥିଲେ।
ରାଣୀତାଲକୁ ବାଦ ଦେଲେ ସୋରୋ ଠାରୁ ଆଖୁଆପଦା ପର୍ଯ୍ୟନ୍ତ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗଳାପୋଲ, ଫ୍ଲାଏଓଭର ଦାବିକୁ ସମାଧାନ କରିବାକୁ ବିଭିନ୍ନ ମହଲରେ ଆଲୋଚନା ମଧ୍ୟ କରିବେ ବୋଲି ସାଂସଦ ଶ୍ରୀମତି ମଣ୍ଡଳ କହିଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ