ETV Bharat / state

ଗ୍ୟାସ ଏଜେନ୍ସି ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ତାତିଲେ ପରିବାର

ବାସୁଦେବପୁର ଶ୍ରୀ ଗ୍ୟାସ ଏଜେନ୍ସି ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ କ୍ଷତିପୁରଣ ଦାବି କଲେ ଗ୍ରାମବାସୀ । ସେପଟେ ସମ୍ପୃକ୍ତ କମ୍ପାନୀ ମୃତ ଡ୍ରାଇଭରଙ୍କୁ ନିଜ କର୍ମଚାରୀ ଭାବେ ମନା କରିବା ପରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା ।

author img

By

Published : Aug 27, 2019, 9:06 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ବାସୁଦେବପୁର ଶ୍ରୀ ଗ୍ୟାସ ଏଜେନ୍ସିରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। କ୍ଷତିପୂରଣ ଦାବିରେ ଶ୍ରୀ ଗ୍ୟାସ ଏଜେନ୍ସିର ଗୋଦାମ ଆଗରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତଲୋକେ । ବାସୁଦେବପୁର-ଭଦ୍ରକରେ ରାସ୍ତାରୋକ କରାଯାଇ ଥିବାବେଳେ ପୋଲିସର ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଥିଲେ ପରିବାର ଓ ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

ସୂଚନାଯୋଗ୍ୟ, ଶରତ ମାହାନା ଜଣକ ଏକ ବ୍ୟକ୍ତି ବାସୁଦେବପୁର ଶ୍ରୀ ଗ୍ୟାସ ଏଜେନ୍ସିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଆଜି ଗ୍ୟାସ ଗୋଦାମ ଘରେ କାମ କରୁଥିବାବେଳେ ହଠାତ ତଳେ ପଡିଯାଇଥିଲେ ଶରତ । ତେବେ ତାଙ୍କୁ ତୁରନ୍ତ ଅନ୍ୟ କର୍ମଚାରୀମାନେ ଉଦ୍ଧାର କରି ବାସୁଦେବପୁର ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ କାର୍ଯ୍ୟରତ ସମୟରେ ଶରତଙ୍କ ମୃତ୍ୟୁ ହୋଇଥିବାବେଳେ ପରିବାର 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ । କିନ୍ତୁ ଶ୍ରୀ ଗ୍ୟାସ ଏଜେନ୍ସି ତାଙ୍କୁ ନିଜର କର୍ମଚାରୀ ନୁହେଁ ବୋଲି ମାଲିକ ମନା କରିଥିଲେ । ଯାହାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ ମିଳିତ ଭାବେ ଗୋଦାମ ଘର ଆଗରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ବାସୁଦେବପୁର ଶ୍ରୀ ଗ୍ୟାସ ଏଜେନ୍ସିରେ କାର୍ଯ୍ୟରତ ଡ୍ରାଇଭର ଙ୍କ ମୃତ୍ୟୁକୁ ନେଇ ଆଜି ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ବାସୁଦେବପୁର-ଭଦ୍ରକ ରାସ୍ତାର ଶ୍ରୀ ଗ୍ୟାସ ଏଜେନ୍ସିର ଗୋଡାଉନ ଆଗରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। Body:ବାସୁଦେବପୁର ଶ୍ରୀ ଗ୍ୟାସ ଏଜେନ୍ସିରେ କାର୍ଯ୍ୟରତ ଡ୍ରାଇଭର ଙ୍କ ମୃତ୍ୟୁକୁ ନେଇ ଆଜି ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ବାସୁଦେବପୁର-ଭଦ୍ରକ ରାସ୍ତାର ଶ୍ରୀ ଗ୍ୟାସ ଏଜେନ୍ସିର ଗୋଡାଉନ ଆଗରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ 10 ଲକ୍ଷ ଟଙ୍କା ଦାବି କରିଛନ୍ତି। ମୃତକ ହେଲେ ବାସୁଦେବପୁର ବ୍ଲକ ବିନାୟକପୁର ଗାଁର ନରେନ୍ଦ୍ର ମାହାନାଙ୍କ ପୁଅ ଶରତ ମାହାନା। ସୂଚନା ଅନୁଯାୟୀ ଶରତ ବାସୁଦେବପୁର ଶ୍ରୀ ଗ୍ୟାସ ଏଜେନ୍ସିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଆଜି ଗ୍ୟାସ ଗୋଦାମ ଘରେ କାମ କରୁ ଥିବାବେଳେ ହଠାତ ତଳେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ଅନ୍ୟ କର୍ମଚାରୀମାନେ ଉଧାର କରି ବାସୁଦେବପୁର ମେଡିକାଲକୁ ନେଇଥିଲେ। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶରତର ମୃତ୍ୟୁ ପରେ ଶ୍ରୀ ଗ୍ୟାସ ଏଜେନ୍ସିର କର୍ମଚାରୀ ନୁହେଁ ବୋଲି ମାଲିକ ମନା କରିବା ପରେ ପରିବାର ଲୋକ ଓ ଗ୍ରାମବାସୀ ମିଳିତ ଭାବେ ଗୋଦାମ ଘର ଆଗରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ଖବର ପାଇ ବାସୁଦେବପୁର ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ଲୋକମାନେ ତୁରନ୍ତ କ୍ଷତିପୂରଣ ପାଇଁ ଦାବୀ କରିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.