ETV Bharat / state

ଦଳିତ ବ୍ୟକ୍ତିଙ୍କୁ ମାଡ ମାରିବା ଅଭିଯୋଗ ସତ୍ତ୍ୱେ ପୋଲିସର ନିଷ୍କ୍ରିୟତା ବିରୋଧରେ ପ୍ରତିବାଦ - ଚାନ୍ଦବାଲି ଦଳିତ ମାଡ଼ ଅପଡେଟ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତହସିଲଦାରଙ୍କ ବିରୋଧରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ନାରାବାଜି କରାଯାଇଛି । ଅଧିକ ପଢନ୍ତୁ

ଦଳିତ ବ୍ଯକ୍ତିଙ୍କୁ ମାଡ଼ ମାରିବା ଅଭିଯୋଗ ସତ୍ତ୍ବେ ପୋଲିସର ନିଷ୍କ୍ରିୟତା ବିରୋଧରେ ପ୍ରତିବାଦ

author img

By

Published : Jun 14, 2022, 3:42 PM IST

ଭଦ୍ରକ : ଜିଲ୍ଲାର ଚାନ୍ଦବାଲି ବ୍ଲକ ତହସିଲଦାରଙ୍କ ବିରୋଧରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ନାରାବାଜି କରାଯାଇଛି । ଏହି ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ପଞ୍ଚାୟତର ଜଣେ ଦଳିତ ବ୍ୟକ୍ତିଙ୍କୁ ଚାନ୍ଦବାଲି ତହସିଲଦାର ଅସମ୍ମାନ କରିବା ସହ ତାଙ୍କୁ ମାଡ଼ ମାରିବା ଘଟଣାରେ ଉଭୟ ପକ୍ଷରୁ ୨ଟି ଅଭିଯୋଗ ହୋଇଥିଲେ ମଧ୍ୟ, ପୋଲିସ ପ୍ରଶାସନ ପକ୍ଷରୁ ତହସିଲଦାରଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ପୋଲିସ ଗ୍ରହଣ କରିନଥିବା ସହ ତହସିଲଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି ।

ଦଳିତ ବ୍ଯକ୍ତିଙ୍କୁ ମାଡ଼ ମାରିବା ଅଭିଯୋଗ ସତ୍ତ୍ବେ ପୋଲିସର ନିଷ୍କ୍ରିୟତା ବିରୋଧରେ ପ୍ରତିବାଦ

ଏପରି ସ୍ଥଳେ ନିଜର ହକ ପାଇଁ ଲଢୁଥିବା ଉକ୍ତ ଦଳିତ ବ୍ଯକ୍ତିଙ୍କୁ ଫସାଇ ଗିରଫ କରାଯାଇଥିବା ଘଟଣାକୁ ଘୋର ନିନ୍ଦା କରାଯାଇଛି । ଏହାକୁ ବିରୋଧ କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରିବା ସହ ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟ ବିରୁଦ୍ଧରେ ତହସିଲ କାର୍ଯ୍ୟଳୟ ସମ୍ମୁଖରେ ନାରାବାଜି କରିବା ସହ ଚାନ୍ଦବାଲି ଏସଡିପିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହ ଆଗାମୀ ୫ ଦିନ ମଧ୍ୟରେ ଯଦି ପୋଲିସ ପ୍ରଶାସନ ପକ୍ଷରୁ ତହସିଲଦାରଙ୍କ ବିରୋରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଏ ତେବେ ବିଜେପି ଯୁବ ମୋର୍ଚ୍ଚା ଚାନ୍ଦବାଲି ଥାନା ସମ୍ମୁଖରେ ଗଣଧାରଣା ଦେବାକୁ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.