ETV Bharat / state

Lensman Manas Murder Case: ଶର୍ମିଷ୍ଠା ଓ ଝୁନାର ସରିଲା ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି - କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣା

ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାର ସରିଲା ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ଅଧିକ ପଢନ୍ତୁ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ, ଶର୍ମିଷ୍ଠା ଓ ଝୁନାର ସରିଲା ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

author img

By

Published : Apr 7, 2022, 3:43 PM IST

ଭଦ୍ରକ: ଜିଲ୍ଲା ଚାନ୍ଦବାଲି ଠାରେ ପହଞ୍ଚିଥିଲେ ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନା । ଘଟଣାରେ ସମ୍ପୃକ୍ତ ଥିବା ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ 3 ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଯାହାକି ଆଜି (ଗୁରୁବାର) ସମାପ୍ତ ହୋଇଛି ।

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ, ଶର୍ମିଷ୍ଠା ଓ ଝୁନାର ସରିଲା ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଭଦ୍ରକ ସ୍ବତନ୍ତ୍ର ଉପକାରଗାରରେ ପହଞ୍ଚି କାଗଜପତ୍ର ଯାଞ୍ଚ ପରେ ଦ୍ଵିତୀୟ ଥର ପାଇଁ ରିମାଣ୍ଡରେ ନେଇଥିଲା । ଯାହାକି ଆଜି ଅପରାହ୍ନ ପର୍ଯ୍ୟନ୍ତ ବଳବତ୍ତର ଥିଲା । ଏହି ସମୟ ମଧ୍ୟରେ ଉଭୟଙ୍କ ନିକଟରୁ ହତ୍ୟାକାଣ୍ଡ ଘଟଣାରେ ଜଡିତ ଅନେକ ସୁରାକ୍ କ୍ରାଇମବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିଛି । ତେବେ ଏହି ହତ୍ୟାକାଣ୍ଡର ତଦନ୍ତ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପରବର୍ତ୍ତୀ ସମୟରେ କି ପଦକ୍ଷେପ ଗ୍ରହଣ କରାଯିବ, ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.