ETV Bharat / state

କେନ୍ଦ୍ର ଯୋଜନାକୁ ନିଜ ନାଁରେ କରୁଛି ରାଜ୍ୟ, ବର୍ଷିଲା ବିଜେପି

author img

By

Published : Dec 28, 2020, 7:17 AM IST

କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର ଯୋଜନା କହି ଲୋକଙ୍କୁ ଠକୁ ଥିବା ଅଭିଯୋଗ କରି ଭଦ୍ରକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଅଧିକ ପଢନ୍ତୁ...

କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର ଯୋଜନା କହି ଲୋକଙ୍କୁ ଠକୁ ଥିବା ଅଭିଯୋଗ

ଭଦ୍ରକ: କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା କହିବାରୁ ବିଜେପିର ଅସନ୍ତୋଷ ପ୍ରକାଶ । କେନ୍ଦ୍ର ବିଜେପି ସରକାରଙ୍କର ବହୁମୁଖୀ ଜନ କଲ୍ୟାଣ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ୟତମ । କେନ୍ଦ୍ରର ଏହି ଯୋଜନାକୁ ଓଡିଶା ସରକାର ରାଜ୍ୟ ଯୋଜନା ବୋଲି ଘୋଷଣା କରିବାରୁ ଭଦ୍ରକ ଜିଲ୍ଲାରେ ବିଜେପି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ ଭାରତର କୌଣସି ପ୍ରାନ୍ତରରେ ସାଧାରଣ ମଣିଷ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପକ୍କା ଘରଟିଏ ପାଇବାକୁ ହକଦାର। ଏହିଭଳି ଶତାଧିକ ଯୋଜନା ଆଜି ଭାରତର ପ୍ରଗତି ପଥରେ ଗତିଶୀଳ। ହେଲେ କେନ୍ଦ୍ରର ଏହି ଯୋଜନାକୁ ରାଜ୍ୟ ସରକାର ତାଙ୍କ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଯୋଜନା ବୋଲି ଲେଖି ଲୋକଙ୍କୁ ଠକୁ ଥିବା କହିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ‘ପ୍ର.ଆ. ଯୋ’ ବୋଲି ଲେଖିଥିବା କହିଛନ୍ତି । ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ବି.ପ.ଯୋ କାହିଁକି ଲେଖୁନାହାନ୍ତି ବୋଲି ଦଳ ପକ୍ଷରୁ ପ୍ରଶ୍ନ ଉଠିଛି ।

ଏଭଳି ଅଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିଜେପି ପ୍ରବଳ ବିରୋଧ କରୁଛି ଏବଂ ଯେଉଁ ଯେଉଁ ସ୍ଥାନରେ ଏଭଳି ପାତର ଅନ୍ତର ପ୍ରଚାରପତ୍ର ଲାଗିବ ସେଗୁଡ଼ିକୁ ସେଠୁ ବାହାର କରାଯିବ। ମୁଖ୍ୟମନ୍ତ୍ରୀ ସବୁ ହିତାଧିକାରୀଙ୍କୁ ପକ୍କା ଘରଟିଏ ମୁଣ୍ଡ ଉପରେ ତିଆରି କରିବାକୁ ବିଜୁବାବୁ ଯେଉଁ ସ୍ବପ୍ନ ଦେଖୁଥିଲେ ବୋଲି ଚିଠି ଲେଖୁଛନ୍ତି, ତାହା ଅତ୍ୟନ୍ତ ଅମୂଳକ। କାରଣ ଷାଠିଏ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ସବୁ ପରିବାରକୁ ‘ଟାଇଲ ଘର’ ପ୍ରଦାନ କରିବାକୁ ଆହ୍ବାନ ଦେଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି। ଯେଉଁ ପ୍ରଶାସନିକ ଅଧିକାରୀ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ, ସେମାନଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜ୍ଜୁ କରିବାକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.