ETV Bharat / state

ମହରମ ପାଇଁ ଚଳଚଞ୍ଚଳ ଭଦ୍ରକ, ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

author img

By

Published : Jul 29, 2023, 8:54 AM IST

ପବିତ୍ର ମହରମ ପର୍ବ ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲା । ଶାନ୍ତି ଶୃଙ୍ଖଳାର ସହ ଏହି ପର୍ବ ପାଳନ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ 2 ଜଣ ଅତିରିକ୍ତ ଏସପି, 5 ଜଣ ଡ଼ିଏସପି ମୁତୟନ । ଅଧିକ ପଢନ୍ତୁ

preparation for muharram in bhadrak
preparation for muharram in bhadrak
preparation for muharram in bhadrak

ଭଦ୍ରକ: ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ । ରମଜାନ ପରେ ମୁସଲିମ ସମ୍ପ୍ରଦାୟର ଏହା ଦ୍ବିତୀୟ ପବିତ୍ର ମାସ । ଦେଶର ପ୍ରାୟ ସବୁ ମୁସଲିମ ସମ୍ପ୍ରଦାୟ ସ୍ଥାନରେ ଏହି ପର୍ବ ବେଶ ଧୁମଧାମରେ ପାଳନ ହୋଇଥାଏ । ସେହିପରି ମହରମ ପାଇଁ ସାରା ଭଦ୍ରକ ସହର ଚଳଚଞ୍ଚଳ ହୋଇ ଉଠିଛି । ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଇନ ଶୃଙ୍ଖଳା କଡ଼ାକଡ଼ି କରାଯାଇଛି । ଏହି ଅବସରରେ ଭଦ୍ରକରେ ସମୁଦାୟ ୪୧ଟି ଶୋଭାଯାତ୍ରା ବାହାରିବ । ସେଥିରୁ ୭ଟି ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ମଦିନା ମୈଦାନରେ ପହଞ୍ଚିବ।

ସେହିପରି ଧାମନଗର ବ୍ଲକ ଓ ବାସୁଦେବପୁର ବ୍ଲକରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଜିଲ୍ଲାରେ ୨ ଜଣ ଅତିରିକ୍ତ ଏସପି, ୭ ଜଣ ଡିଏସପି ମୁତୟନ ହୋଇଛନ୍ତି । ୧୯ ଜଣ ଇନ୍ସପେକ୍ଟର ୧୧୦ ଜଣ ସବ ଇନ୍ସପେକ୍ଟର ଓ ଏଏସଆଇ ମୁତୟନ ହୋଇଥିବା ବେଳେ ୧୭୦ କନଷ୍ଟେବଳ ଓ ହୋମଗାର୍ଡ ସୁରକ୍ଷା ଦାୟିତ୍ୱରେ ରହିବେ । ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି । ଗତକାଲି ଭଦ୍ରକ ଟାଉନ୍ ଓ ପୁରୁଣା ବଜାରରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଆଜି ପୋଲିସ ଭେଇକିଲ ମାର୍ଚ୍ଚ ବି କରାଯାଇଛି । ଡ୍ରୋନ କ୍ୟାମେରା ସହ ସିସିଟିଭି ଜରିଆରେ ନଜର ରଖାଯାଉଛି । ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ଗୁଜବ ନ କରିବାକୁ ଅନୁରୋଧ କରିଛନ୍ତି ଭଦ୍ରକ ଏସପି ବରୁଣ ଗୁଣ୍ଡୁପାଲ୍ଲୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଲ୍ୟୁଣ୍ଟରମାନେ ପୋଲିସକୁ ସହଯୋଗ କରିବେ । ଯଦି କୌଣସି ପ୍ରକାର ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର ହେବ ତେବେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଏସ୍‌ପି କହିଛନ୍ତି । ଆଜି ଅପରାହ୍ନ ସୁଦ୍ଧା ପୋଲିସ ମୁତୟନ ହୋଇଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଡନ୍ତୁୃ- ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ

ପ୍ରକାଶ ଥାଉକି, ଇସଲାମ ଧର୍ମକୁ ରକ୍ଷା କରିବାକୁ ଯାଇ ପ୍ରୋଫେଟ ମହମ୍ମଦଙ୍କ ନାତି ଇମାମ ହୁସେନଙ୍କ ବଳିଦାନକୁ ସ୍ମରଣ କରି ଏହି ପର୍ବ ପାଳନ କରନ୍ତି ଇସଲାମ ଧର୍ମର ଶ୍ରଦ୍ଧାଳୁମାନେ । 14 ଶହ ବର୍ଷ ପୂର୍ବେ ଇମାମ ହୁସେନଙ୍କ ସମେତ 72 ଜଣଙ୍କୁ ଏଜିଦ କରବଲାର ନଦୀ କୂଳରେ ଅତି ଅମାନୁଷିକ ଭାବେ ହତ୍ୟା କରିଥିଲା ବୋଲି ଇତିହାସରେ ବର୍ଣ୍ଣିତ ରହିଛି । ତେଣୁ ଇମାମ ହୁସେନଙ୍କ ସେହି ବଳିଦାନର ସ୍ମୃତିକୁ ସ୍ମରଣ କରିବା ପାଇଁ ଇସଲାମ ଧର୍ମାବଲମ୍ବୀ ମାନେ ମହରମ ପର୍ବ ପାଳନ କରିଥାଆନ୍ତି ।

ଇସଲାମ ସମ୍ପ୍ରଦାୟର ଶ୍ରଦ୍ଧାଳୁଙ୍କ ଦ୍ଵାରା ମହରମ ଚନ୍ଦ୍ର ଦର୍ଶନ ପରଠାରୁ ଦଶ ଦିନ ଧରି ବିଭିନ୍ନ ସାହି ବସ୍ତି ମାନଙ୍କରେ ଇମାମ ହୁସେନଙ୍କ ବଳିଦାନ ଦିନର ବିବରଣୀ ପାଠ ଏବଂ ଆଲୋଚନା ଚକ୍ର ଆୟୋଜନ ହୋଇଥାଏ । ପରେ ବିଭିନ୍ନ ସାହି ବସ୍ତି ମାନଙ୍କରୁ ଇମାମ ହୁସେନଙ୍କ ବଳିଦାନର ସ୍ମୃତିକୁ ବହନ କରି କାଫିଲା ସହର ପରିକ୍ରମା କରି ଶେଷରେ ଧର୍ମ ସଭା ଆୟୋଜନ ହୋଇଥାଏ । ସବୁଆଡେ ଅତି ନିରାଡମ୍ବର ଭାବେ ପାଳନ ହୋଇଥାଏ ମହରମ । ତେବେ ଏହି ପର୍ବରେ ନଥାଏ ଜାତିଭେଦ । ଭାଇଚାରାର ଡୋରରେ ବାନ୍ଧିରଖେ ଏହି ପର୍ବ । କିଛି ଅଞ୍ଚଳରେ ଏଥିରେ ସାମିଲ ହୋଇଥାନ୍ତି ହିନ୍ଦୁ ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.