ETV Bharat / state

ପୋଲିସ କନେଷ୍ଟବଳଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ ବାସଭବନରୁ ମୃତଦେହ ଉଦ୍ଧାର - କନେଷ୍ଟବଳଙ୍କ ଆତ୍ମହତ୍ୟା

ସରକାରୀ ବାସଭବନରୁ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଅଧିକ ପଢ଼ନ୍ତୁ

ପୋଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା
ପୋଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା
author img

By ETV Bharat Odisha Team

Published : Aug 27, 2023, 10:12 PM IST

ପୋଲିସ କନେଷ୍ଟବଳଙ୍କ ଆତ୍ମହତ୍ୟା

ଭଦ୍ରକ: ଜଣେ ପୋଲିସ କନେଷ୍ଟବଳଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ସରକାରୀ ବାସଭବନରୁ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ତିହିଡି ଥାନା ଅଞ୍ଚଳରେ । ପାରିବାରିକ କଳହରୁ ପୋଲିସ କର୍ମୀ ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, କେଉଁଝର ଜିଲ୍ଲାର ଘସିପୁରା ଥାନା ଅଧିନସ୍ଥ ଭଣ୍ଡାରୀପଡା ଗାଁର ତୋଫାନ ପାତ୍ର ଦୀର୍ଘଦିନ ଧରି ଭଦ୍ରକ ଜିଲ୍ଲା ତିହିଡ଼ି ଥାନାରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ । ଦୀର୍ଘ ଦିନ ହେଲା ସେ କୌଣସି କାରଣରୁ ମାନସିକ ଅବସାଦରେ ବୋଲି କୁହାଯାଉଛି । ଆଜି ତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ଖବର ପାଇ ତିହିଡି ପୋଲିସ କନେଷ୍ଟବଳଙ୍କୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ତେବେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...SI କାଜଲ ବାଗଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମ ପାଇଁ ପିଇଲେ ବିଷ !

ତେବେ ପୋଲିସ କନେଷ୍ଟବଳ ତୋଫାନଙ୍କ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇଛି ପୋଲିସ । ଏହି ଖବର ପାଇ ମୃତ କନେଷ୍ଟବଳଙ୍କ ପରିବାର ଲୋକ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପହଞ୍ଚିଛନ୍ତି । ସେପଟେ କାର୍ଯ୍ୟରତ ଥିବା କନେଷ୍ଟବଳଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେନେଇ ଭଦ୍ରକ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା, ଡିଜିପିଙ୍କୁ ରିପୋର୍ଟ ମାଗିଲେ OHRC

ପୂର୍ବରୁ ବଲାଙ୍ଗୀରର କାଜଲ ବାଗ ନାମକ ଜଣେ ମହିଳା SI ନିଜ ଘରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସଇଁତଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁଗୁତର ହେବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ହେଲେ SI କାଜଲ କାହିଁକି ବିଷ ପିଇ ଜୀବନ ହାରିବାପାଇଁ ଉଦ୍ୟମ କରୁଥିଲେ ତାହା ଜଣା ପଡିନାହିଁ । ଚିକିତ୍ସାଧୀନ ଅବସ୍ଥାରେ ସେ ହସ୍ପିଟାଲ୍‌ରୁ ଗାୟବ ହୋଇଛନ୍ତି।

ତେବେ କାଜଲ ପ୍ରଥମେ ବଲାଙ୍ଗୀର ଥନାରେ ନିଯୁକ୍ତି ହୋଇ କାର୍ଯ୍ୟ କରିବା ପରେ କିଛି ମାସ ତଳେ ସେ ବଲାଙ୍ଗୀର ସଇଁତଳା ଥାନାକୁ ବଦଳି ହୋଇ ଆସିଥିଲେ। ସେପଟେ ତାଙ୍କ ସହ ଆଉ ଜଣେ ପୋଲିସ ଅଧିକାରୀଙ୍କ ପ୍ରେମ ସମ୍ପର୍କ ଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣ ପାଇଁ କଥା କଟା କଟି ହୋଇଥିବା କୁହାଯାଉଛି । ଯାହାକୁ ନେଇ ସେ ଏଭଳି ଚରମ ପଦକ୍ଷପ ନୋଇଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.