ETV Bharat / state

ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଇଁ ଭଦ୍ରକ ପୋଲିସର ଫ୍ଲାଗ ମାର୍ଚ୍ଚ - ଭଦ୍ରକ ଖବର

ଆସନ୍ତାକାଲି(ଗୁରୁବାର) ଭଦ୍ରକରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଉତ୍ସବ ପାଳନ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ । ଅଧିକ ପଢନ୍ତୁ

ଭଦ୍ରକ ପୋଲିସର ଫ୍ଲାଗ ମାର୍ଚ୍ଚ
ଭଦ୍ରକ ପୋଲିସର ଫ୍ଲାଗ ମାର୍ଚ୍ଚ
author img

By ETV Bharat Odisha Team

Published : Sep 27, 2023, 10:17 AM IST

ଭଦ୍ରକ ପୋଲିସର ଫ୍ଲାଗ ମାର୍ଚ୍ଚ

ଭଦ୍ରକ: ଆସନ୍ତାକାଲି(ଗୁରୁବାର) ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ । ଏହି ଉପଲକ୍ଷେ ଭଦ୍ରକ ସହରରେ ଅନୁଷ୍ଠିତ ହେବାକୁ ଥିବା ଜୁଲୁସ ଶୋଭାଯାତ୍ରାରେ ୬୦ରୁ ଊର୍ଦ୍ଧ୍ବ କାଫିଲା ବାହାରି ସହର ପରିକ୍ରମା କରିବ । ଶାନ୍ତି ଶୃଙ୍ଖଳାର ସହ ଏହି ଉତ୍ସବ ପାଳନ ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭଦ୍ରକ ପୋଲିସ ସହରରେ ଫ୍ଲାଗ ମାର୍ଚ୍ଚ କରିଛି । କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବାକୁ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଜୁଲୁସ୍‌ ଶୋଭାଯାତ୍ରାରେ 60ରୁ ଅଧିକ କାଫିଲା ବାହାରି ସହର ପରିକ୍ରମା କରିବ । ଚଉଖଣ୍ଡିରୁ ଏହି ଶୋଭାଯାତ୍ରା ବାହାରି ମଲ୍ଲିକ ମଇଦାନ ଠାରେ ପହଞ୍ଚିବ । ସେଠାରେ ବିଳମ୍ବିତ ରାତି 3ଟା ପର୍ଯ୍ୟନ୍ତ ଧର୍ମ ସଭା ଅନୁଷ୍ଠିତ ହେବ । ଏହି ଶୋଭାଯାତ୍ରା ସମୟରେ ଡିଜେ ନ ବଜାଇବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ, ମୁସଲିମ ଜମାତ ଏବଂ ସ୍ଥାନୀୟ ସର୍ଦ୍ଦାରମାନଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଲକ୍ଷ୍ୟ ରଖିଛି ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ । ତେଣୁ ମଙ୍ଗଳବାର ସର୍ବ ପ୍ରଥମେ ଭଦ୍ରକ ଟାଉନ ଥାନାଠାରୁ ପୋଲିସ ଫୋର୍ସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ବୁଢ଼ା-ଟୋକା-ପିଲା ଗଣେଶଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା, ମାସେ ଧରି ପୂଜା ପାଇବେ ଗଜାନନ

ଏହା ନୂଆ ବଜାର, କୁଆଶଁ, ଚନ୍ଦନ ବଜାର, ପୁରୁଣା ବଜାର, କଚେରୀ ଛକ ଦେଇ ସହର ପରିକ୍ରମା କରିଥିଲା । ଏଥିରେ ସିଟି ଡିଏସ୍‌ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ସାମିଲ ହୋଇଥିଲେ । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ପକ୍ଷରୁ ଏହି ଫ୍ଳାଗ ମାର୍ଚ୍ଚ ହୋଇଛି । ସହରର ବିଭିନ୍ନ ସ୍ଥାନରେ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 3 ଜଣ ଅତିରିକ୍ତ ଏସପି, 9 ଡିଏସପି, 20 ଇନିସପେକ୍ଟର, 100 ଏସଆଇ ଏବଂ ଏଏସଆଇଙ୍କୁ ଆଇନ ଶୃଙ୍ଖଳା ଦାୟିତ୍ବରେ ନିୟୋଜିତ କରାଯାଇଛି । ଏତଦ୍ ବ୍ୟତୀତ ଡ୍ରୋନ କ୍ୟାମେରା, ଭିଡିଓଗ୍ରାଫି, ଫୋଟଗ୍ରାଫି, ମୋବାଇଲ ପେଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଷ୍ଟାଟିକ୍ ମୁତୟନ କରାଯାଇଛି ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ପୋଲିସ ପକ୍ଷରୁ ଗଠିତ ସାଇବର ସେଲ୍‌ ମାଧ୍ୟମରେ ବିଭିନ୍ନ ସୋସିଆଲ ମିଡିଆ ଉପରେ ସତର୍କ ଦୃଷ୍ଟି ରଖାଯିବ ବୋଲି ମଧ୍ୟ ସୂଚନା ମିଳିଛି ।

ପ୍ରକାଶ ଥାଉକି, ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ମୁସଲିମ ଜମାତ, ଗୁଲସାନି ଗସପାକ, ଗୁଲସାନି ନସିମ, ହିନ୍ଦୁ ସୁରକ୍ଷା ସମିତିର ସଦସ୍ୟମାନଙ୍କ ସହିତ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.