ETV Bharat / state

ପିଡିଏସ ଚାଉଳରେ ମିଶୁଛି ପ୍ଲଷ୍ଟିକ ଚାଉଳ ! ଚିନ୍ତାରେ ହିତାଧିକାରୀ - ନିମ୍ନମାନର ଚାଉଳ

ପିଡିଏସ ଚାଉଳ ରେ ପ୍ଲାଷ୍ଟିକ ଚାଉଳ ମିଳୁଥିବା ଅଭିଯୋଗ । ପିଡିଏସ ଚାଉଳରୁ ବାହାରୁଛି ପ୍ଲାଷ୍ଟିକ ଚାଉଳ। ଯାହାଫଳରେ ଖାଦ୍ୟ ଉପଯୋଗୀ ହୋଇ ପାରୁ ନାହିଁ ଏହି ପିଡିଏସ ଚାଉଳ। ଅଧିକ ପଢନ୍ତୁ

ପିଡିଏସ ଚାଉଳରେ ମିଶୁଛି ପ୍ଲଷ୍ଟିକ ଚାଉଳ
plastic pds rice
author img

By

Published : Mar 21, 2023, 7:37 AM IST

Updated : Mar 21, 2023, 1:11 PM IST

plastic pds rice

ଭଦ୍ରକ: ପିଡିଏସ ଚାଉଳରେ ମିଶୁଛି ପ୍ଲଷ୍ଟିକ ଚାଉଳ ! ନିମ୍ନମାନର ଚାଉଳ ଯୋଗୁଁ ଖାଦ୍ୟରୁ ଭିଟାମିନ ହ୍ରାସ ପାଇବା ସହ ଏହା ଖାଦ୍ୟ ଉପଯୋଗୀ ମଧ୍ୟ ହୋଇ ପାରୁନି । ତେଣୁ ଏହି ଚାଉଳ ନେଇ ହତାଶ ହେଉଛନ୍ତି ଗରିବ ହିତାଧିକାରୀମାନେ । ପ୍ଲାଷ୍ଟିକ ଚାଉଳକୁ ନେଇ ବର୍ତ୍ତମାନ ଭଦ୍ରକ ଭଣ୍ଡାରୀ ପୋଖରୀ ବ୍ଲକ ଅଧିନସ୍ଥ ନିର୍ଗୁଣ୍ଡି ପଞ୍ଚାୟତରୁ ସଙ୍ଗୀନ ଅଭିଯୋଗ ଆସିଛି ।

ଏହା ମଧ୍ୟ ପଢନ୍ତୁ-ବିଦ୍ୟୁତ ଆବଣ୍ଟନ ସଂସ୍କାର କମିଟି ଦ୍ୱାରା ୬୨୮୩ କୋଟି ଟଙ୍କା ଯୋଜନା ଅଟକଳ ଅନୁମୋଦନ

ସୂଚନା ଅନୁଯାୟୀ, ନିର୍ଗୁଣ୍ଡି ପଞ୍ଚାୟତରେ ସବୁ ମାସ ପରି ଚଳିତମାସରେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ପିଡିଏସ ଚାଉଳ ପାଇଥିଲେ ହିତାଧିକାରୀ । କିନ୍ତୁ ଏହି ଚାଉଳରେ ପ୍ଲାଷ୍ଟିକ ରହିଥିବା ନେଇ ଅଭିଯୋଗ ହୋଇଛି । ରୋଷେଇ ସମୟରେ ଚାଉଳରୁ ପ୍ଲାଷ୍ଟିକ ଗନ୍ଧ ବାହାରିବା ସହ ଚାଉଳ ଫୁଟୁ ନ ଥିବା ଅଭିଯୋଗ କରିଥିଲେ ଅନେକ ହିତାଧିକାରୀ । ଅନ୍ୟ ପକ୍ଷରେ ରୋଷେଇ ହେଉଥିବା ହାଣ୍ଡି ଉପରେ ପ୍ଲାଷ୍ଟିକ ଚାଉଳ ଗୁଡିକ ଭାସୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହାପରେ ପ୍ଲାଷ୍ଟିକ ଚାଉଳ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ଏବଂ ରୋଗ ଇତ୍ୟାଦି ମଧ୍ୟ ସୃଷ୍ଟି ହେଉଛି । ତେଣୁ ଗରିବ ହିତାଧିକାରୀ ପିଡିଏସ ଚାଉଳକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବିକଶିତ ହେବ ମା' ଭଗବତୀ, ମଙ୍ଗଳା ଓ ଉଗ୍ରତାରାଙ୍କ ପୀଠ, ମାଷ୍ଟରପ୍ଲାନ ଅନୁମୋଦିତ

ତେବେ ଗ୍ରାମରେ ବସବାସ କରୁଥିବା ଅଧିକାଂଶ ଗରିବ ଲୋକ ମାନେ ଏହି ପିଡ଼ିଏସ୍‌ ଚାଉଳ ଉପରେ ନିର୍ଭର କରନ୍ତି । ତେବେ ଚାଉଳରେ ପ୍ଲାଷ୍ଟିକ ମିଶା ଚାଉଳ ବାହାରୁ ଥିବାରୁ ସେମାନେ ତାହାକୁ ରୋଷେଇ କରି ପାରୁ ନାହାନ୍ତି ବୋଲି କହିଛନ୍ତି ହିତାଧିକାରୀ ମାନେ । ଏନେଇ ସମ୍ପୃକ୍ତ ଡିଲର ଙ୍କୁ ସେମାନେ ପଚାରିବାରୁ ସେ କହିଛନ୍ତି ଯେ , "ବସ୍ତାରୁ ଯାହା ଆସିଥିଲା ତାକୁ ଆମେ ଦେଉଛୁ। ମୁଁ କିଛି କରି ପାରିବି ନାହିଁ । ତେବେ ଏହି ପ୍ଲାଷ୍ଟିକ ଚାଉଳ କିପରି ପିଡ଼ିଏସ ଚାଉଳ ରେ ଆସିଲା ତାହାର ତଦନ୍ତ ହେବା ସହିତ ସମ୍ପୃକ୍ତ ହିତାଧିକାରୀ ମାନଙ୍କୁ ଭଲ ଚାଉଳ ଦେବାକୁ ହିତାଧିକାରୀ ନିବେଦନ କରିଛନ୍ତି । ଅନ୍ୟ ପକ୍ଷରେ ଏନେଇ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି ।

ଏହା ବି ପଢ଼ନ୍ତୁ Delhi Liquor Policy Case: କବିତାଙ୍କୁ ୧୦ ଘଣ୍ଟା ଜେରା, ଆଜି ପୁଣି ହାଜର ହେବାକୁ ନିର୍ଦ୍ଦେଶ

ଇଟିଭି ଭାରତ, ଭଦ୍ରକ

Last Updated : Mar 21, 2023, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.