ଭଦ୍ରକ: ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି । ପୋଲିସକୁ ମାଡ଼ ମାରିବା ସହିତ ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକେ । ତିହିଡି ଥାନା ଅଲ୍ଲିନଗର ଛକରେ ଘଟିଛି ଏହି ଅଘଟଣ । ପୋଲିସ ପାଇଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକମାନେ । ମୃତକ ହେଉଛନ୍ତି ନୟାନନ୍ଦ ପଞ୍ଚାୟତ ହାତୁଆରି ଗ୍ରାମର ବାପି ମହାଳିକ ।
ସୂଚନା ଅନୁଯାୟୀ, ବାପି ତାଙ୍କ ଭଉଣୀ ଘରକୁ ଯାଇଥିବା ବେଳେ ପୋଲିସ କୌଣସି କାରଣରୁ ତାଙ୍କୁ ଗୋଡ଼ାଇଥିଲେ । ଦୌଡିବା ବେଳେ ପୋଖରୀ ଭିତରେ ପଡି ଯାଇଥିଲେ ବାପି, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଉତ୍ୟକ୍ତ ସ୍ଥାନୀୟ ଲୋକେ ମୃତ ଶରୀରକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲିନଗର ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖାଲି ଏତିକି ନୁହେଁ ଲୋକମାନେ ପୋଲିସକୁ ନିସ୍ତୁକ ମାଡ଼ ମାରିବା ସହ ପୋଲିସ ଗାଡି ଜାଳିଦେଇଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ