ଭଦ୍ରକ: ବଢୁଛି ଅସାମାଜିକ ଯୁବକଙ୍କ ଉପଦ୍ରବ । ଏସ୍ପିଙ୍କ ନିକଟରେ ମହିଳାଙ୍କ ସଂଘବଦ୍ଧ ଅଭିଯୋଗ । ଭଦ୍ରକ ସହରର ବଙ୍କବାସୁଦେବପୁର ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଆତଙ୍କ ବୃଦ୍ଧି ପାଉଥିବା ଜଣାପଡିଛି । ଏନେଇ ସ୍ଥାନୀୟ ଅଞ୍ଚଳର ମହିଳା ସଂଘବଦ୍ଧ ଭାବେ ଏସପିଙ୍କ କାର୍ଯ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ତେବେ କିଛି ଦିନ ତଳେ ଜଣେ ଯୁବତୀଙ୍କୁ କିଛି ଯୁବକ କମେଣ୍ଟ ମାରିବା ନେଇ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା ।
ପରେ କଥା ଟାଉନ ଥାନାରେ ଆସି ସମାଧାନ ହୋଇଥିଲେ ମଧ୍ୟ ଅସାମାଜିକ ଯୁବକଙ୍କ ଉପରେ କିଛି ପ୍ରଭାବ ପଡ଼ିନଥିବା ମହିଳାମାନେ ଅଭିଯୋଗ କରିଥିଲେ । ତେବେ ଘଟଣାର ତଦନ୍ତ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି ପ୍ରତିଶୃତି ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ