ଭଦ୍ରକ: ଲକଡାଉନ ସମୟରେ ରୋଗୀଙ୍କୁ ମେଡିକାଲ ନେବା ପାଇଁ ମିଳିଲାନି ଗାଡି । ଶେଷରେ ବାଧ୍ଯ ହୋଇ ଟଲିରେ ରୋଗୀଙ୍କୁ ନେଇ ମେଡିକାଲ ଭର୍ତ୍ତି କରିଛନ୍ତି ପରିବାର ଲୋକେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ସହରାଞ୍ଚଳରେ ।
ସୂଚନା ଅନୁଯାୟୀ ସହରର ଚାରିଘାରିଆ ମୁଣ୍ଡା ସାହିର ଜସ୍ମିନ ମୁଣ୍ଡା କୌଣସି କାରଣରୁ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ଡାକ୍ତରଖାନା ନେବାକୁ ବହୁ ଚେଷ୍ଟା କରିବା ପରେ ମଧ୍ୟ କୌଣସି ଗାଡି କି ଆମ୍ବୁଲାନ୍ସ ମିଳିନଥିଲା । ଶେଷରେ ସମ୍ପର୍କୀୟଙ୍କ ସହଯୋଗରେ ଏକ ଟଲିରେ ଜସ୍ମିନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ