ETV Bharat / state

ଅସ୍ତ୍ରୋପଚାର ବେଳେ ମହିଳା ମୃତ, ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲା ପରିବାର

ଏକ ଘରୋଇ ନର୍ସିଂହୋମରେ ଅସ୍ତ୍ରୋପ୍ରଚାର ସମୟରେ ରୋଗୀର ମୃତ୍ୟୁ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ଅଧିକ ପଢନ୍ତୁ...

author img

By

Published : Nov 28, 2019, 9:41 AM IST

Updated : Nov 28, 2019, 10:26 AM IST

ଅସ୍ତ୍ରୋପଚାର ବେଳେ ରୋଗୀ ମୃତ
ଅସ୍ତ୍ରୋପଚାର ବେଳେ ରୋଗୀ ମୃତ

ଭଦ୍ରକ: ପୁଣି ସାମ୍ନାକୁ ଆସିଲା ଡାକ୍ତରଙ୍କ ଚରମ ଅବହେଳା । ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ମୃତକ ହେଲେ ଯାଜପୁର ଜିଲ୍ଲା କୋଳଥା ଗାଁର ସ୍ବର୍ଣ୍ଣଲତା ମହାପାତ୍ର । ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାରେ ଅବହେଳା ଯୋଗୁଁ ସ୍ବର୍ଣ୍ଣଲତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ ।

ଅସ୍ତ୍ରୋପଚାର ବେଳେ ରୋଗୀ ମୃତ

ସୂଚନା ଅନୁଯାୟୀ, ମୃତ ସ୍ବର୍ଣ୍ଣଲତାଙ୍କର ବର୍ଷେ ହେବ ବିବାହ ହୋଇଥିଲା । ସନ୍ତାନ ହେଉନଥିବାରୁ ପରିବାର ଲୋକ ଭଦ୍ରକର ଏକ ଘରୋଇ କ୍ଲିନିକରେ ଚିକିତ୍ସା କରାଉଥିଲେ । ପରେ ତାଙ୍କର ଏକ ସାମାନ୍ୟ ଅସ୍ତ୍ରୋପ୍ରଚାର ପାଇଁ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ହେଲେ ଓଟି ଭିତରେ ଡାକ୍ତର ଅସ୍ତ୍ରୋପ୍ରଚାର କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଖବର ଜଣାପଡିବା ପରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଛି ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିବା ସହ ନର୍ସିଂ ହୋମରେ ହୋ ହାଲ୍ଲା କରିଥିଲେ ପରିବାର ଲୋକେ । ସେପଟେ ଅସ୍ତ୍ରୋପ୍ରଚାର ସମୟରେ କୌଣସି କାରଣରୁ ରୋଗୀଟିର ହୃଦଘାତରେ ମୃତ୍ୟୁ ହୋଇଥିବା ନର୍ସିଂ ହୋମ ପକ୍ଷରୁ ସଫେଇ ଦିଆଯାଇଥିବା ସୂଚନା ରହିଛି ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : OPERATION DEATH
FORMAT : AVO
REPORT : DEBASIS MOHAPATRA / BHADRAK
DATE : 28.11.2019

ANCHOR : ଏକ ଘରୋଇ ନର୍ସିଂହୋମ ରେ ଅସ୍ତ୍ରୋପ୍ରଚାର ସମୟରେ ରୋଗୀର ମୃତ୍ୟୁ ଅଭିଯୋଗ। ମୃତକ ଜଣକ ଯାଜପୁର ଜ଼ିଲ୍ଲା କୋଳଥା ଗ୍ରାମର ସ୍ବର୍ଣ୍ଣଲତା ମହାପାତ୍ର ବୋଲି ଜଣାପଡ଼ିଛି। ଡାକ୍ତର ଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ସୂଚନା ଅନୁଯାୟୀ ସ୍ବର୍ଣ୍ଣଲତା ଙ୍କର ପ୍ରାୟ 1 ବର୍ଷରୁ ଉର୍ଧ୍ଵ ହେବ ବାହାଘର ହୋଇଥିଲା। ହେଲେ ତାଙ୍କର ପିଲାପିଲି ହେଉନଥିବାରୁ ପରିବାର ଲୋକ ଭଦ୍ରକ ର ଏକ ଘରୋଇ କ୍ଲିନିକ ରେ ଚିକିତ୍ସା କରାଉଥିଲେ। ତେବେ ଏନେଇ ସ୍ବର୍ଣ୍ଣଲତା ଙ୍କ ଏକ ସାମାନ୍ୟ ଅସ୍ତ୍ରୋପ୍ରଚାର ପାଇଁ ଭଦ୍ରକର ଏକ ଘରୋଇ ନର୍ସିଂହୋମ ରେ ଭର୍ତ୍ତି କରାଯାଇଥିଲା। ହେଲେ ଓଟି ଭିତରେ ଡାକ୍ତର ଅସ୍ତ୍ରୋପ୍ରଚାର କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। Body:ପରେ ପରିବାର ଲୋକ ମୃତ୍ୟୁ ଖବର ପାଇବା ପରେ ଡାକ୍ତର ଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଛି ଏବଂ ସମ୍ପୃକ୍ତ ଡାକ୍ତର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିବା ସହ ନର୍ସିଂ ହୋମ ରେ ହୋହାଲ୍ଲା କରିଥିଲେ। ଅସ୍ତ୍ରୋପ୍ରଚାର ସମୟରେ କୌଣସି କାରଣରୁ ରୋଗୀଟିର ହୃଦଘାତ ରେ ମୃତ୍ୟୁ ହୋଇଥିବା ନର୍ସିଂ ହୋମ ପକ୍ଷରୁ ସଫେଇ ଦିଆଯାଉଥିବା ସୂଚନା ମିଳିଛି। ଖବର ପାଇ ଭଦ୍ରକ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି।Conclusion:
Last Updated : Nov 28, 2019, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.