ETV Bharat / state

ଷ୍ଟିୟରିଂ ଫେଲ ହେବାରୁ ଓଲଟିଲା ଯାତ୍ରୀବାହୀ ବସ, ୧୫ ଆହତ

author img

By

Published : Jan 28, 2023, 8:21 AM IST

ଭଦ୍ରକ କୁଳଣା ଛକ ନିକଟରେ ଷ୍ଟିୟରିଂ ଫେଲ ହେବାରୁ ଯାତ୍ରୀବାହୀ ବସ ଓଲଟି ୧୫ ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

bus accident in bhadrak
bus accident in bhadrak
bus accident in bhadrak

ଭଦ୍ରକ: ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଷ୍ଟିୟରିଂ ଫେଲ ହେବାରୁ ଓଲଟିଲା ଯାତ୍ରୀବାହୀ ବସ । ୧୫ ଜଣ ଆହତ ହଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅମ୍ରିତ ନାମକ ଯାତ୍ରୀବାହି ବସ ପ୍ରାୟ ମଞ୍ଜୁରୀରୋଡ଼ ଅଭିମୁଖେ ଯାଉଥିବା ବେଳେ କୁଳଣା ଛକ ନିକଟରେ ଷ୍ଟିୟରିଂ ଫେଲ ହେବାରୁ ଓଲଟି ପଡିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) ଅମ୍ରିତ ଯାତ୍ରୀବାହୀ ବସ ୩୫ ଜଣ ଯାତ୍ରୀଙ୍କୁ ନେଇ ମଞ୍ଜୁରୀରୋଡ଼ ଅଭିମୁଖେ ଯାଇଥିଲା । ତେବେ କୁଳଣା ଛକ ନିକଟରେ ବସ୍‌ର ପତି ଭାଙ୍ଗିବା ସହ ଷ୍ଟିୟରିଂ ଫେଲ ହୋଇଥିଲା । ପରେ ବସ୍‌ର ଚକ ବାହାରି ଯିବାରୁ ରାସ୍ତାରେ ଥିବା ଏକ ଖାଲକୁ ବସଟି ଓଲଟି ପଡିଥିଲା । ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଥିବା ବେଳେ ସଙ୍ଗେସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଅନ୍ଧାର ହୋଇଥିବା ସତ୍ତ୍ୱେ ସ୍ଥାନୀୟ ଲୋକେ ଗାଡିରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏନେଇ ଖବର ପାଇ ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳ ରେ ପହଞ୍ଚିଥିବା ସୂଚନା ମିଳିଛି । ତେବେ ବସ୍‌ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇନଥିବା ସୂଚନା ରହିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଛି ।

ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି, "ହଠାତ ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା କଡକୁ ଚାଲିଗଲା । ଏକ ଗଛକୁ ଧକ୍କା ଦେବା ପରେ ଓଲଟି ପଡିଥିଲା । ଏହାପରେ ବସର କାଚ ଭାଙ୍ଗି ସମସ୍ତେ ବାହରକୁ ବାହାରିଥିଲୁ ।"

ଏହା ମଧ୍ୟ ପଢନ୍ତୁ-ପଦାରେ ପଡିଲା ରାୟଗଡା ଜିଲ୍ଲା କଂଗ୍ରେସ କନ୍ଦଳ, ଭାରତ ଯୋଡୋ ଯାତ୍ରାରେ ଦୁଇଟି ସ୍ଥାନରେ ସଭାପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କିଛିଦିନ ତଳେ ଢେଙ୍କାନାଳ ସଦର ଥାନା ପଞ୍ଚୁଵଟୀ ନିକଟରେ ଏହି ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୫୫ନଂ ଜାତୀୟ ରାଜପଥର ପଞ୍ଚୁଵଟୀ ନିକଟରେ ଏହି ଦୁର୍ଘଟଣା ଘଟିବା ପରେ ଦୁଇ ମହିଳାଙ୍କ ମୃତ୍ୟୁ ହେବା ସହ ୩୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କ ମଧ୍ୟରୁ ୩ଶିଶୁ ସମେତ ୨୨ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିଲା । ହରିଶଙ୍କରରୁ କେନ୍ଦ୍ରାପଡା ଫେରିବା ବେଳେ ୨୫ ଫୁଟ ପୋଲ ତଳକୁ ଖସି ଟୁରିଷ୍ଟ ବସଟି ଖସିପଡ଼ିଥିବା ସୂଚନା ମିଳିଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.