ETV Bharat / state

ଯାତ୍ରୀବାହି ବସ ଦୁର୍ଘଟଣା: ଜଣେ ମୃତ, 7 ଗୁରୁତର

author img

By

Published : Jun 29, 2023, 9:14 PM IST

ଭଦ୍ରକରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା 7ଜଣଙ୍କ ଚିକିତ୍ସା ଜାରି ରହିଛି। ଅଧିକ ପଢନ୍ତୁ

ଭଦ୍ରକରେ ଯାତ୍ରୀବାହୀ ବସ ଦୁର୍ଘଟଣା
ଭଦ୍ରକରେ ଯାତ୍ରୀବାହୀ ବସ ଦୁର୍ଘଟଣା
ଭଦ୍ରକରେ ଯାତ୍ରୀବାହୀ ବସ ଦୁର୍ଘଟଣା

ଭଦ୍ରକ: ଭାରସାମ୍ୟ ହରାଇ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘରୋଇ ଯାତ୍ରୀବାହି ବସଟି ଓଲଟିଯିବାରୁ 8 ଜଣ ଗୁରୁତର ହୋଇଥିଲେ। ତେବେ ଏହି ଆହତମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ସୂଚନା ଅନୁଯାୟୀ, ଭଦ୍ରକରୁ ଏକ ଘରୋଇ ଯାତ୍ରୀବାହି ବସ୍ ବାସୁଦେବପୁର ଅଭିମୁଖେ ଯାଉଥିଲା। ହେଲେ କୌଣସି କାରଣରୁ ବସଟି ସାବରଙ୍ଗ ସମିଆ ଛକ ନିକଟରେ ହଠାତ ଭାରସାମ୍ଯ ହରାଇ ରାସ୍ତାକଡକୁ ଓଲଟି ପଡିଥିବା ଜଣାପଡିଛି।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ତେବେ 108 ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା । ସେପଟେ ଖବର ପାଇ ପୋଲିସ ଓ ଅଗ୍ନିଶମବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହ ବର୍ତ୍ତମାନ 7 ଜଣ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି। ସମସ୍ତ ଆହତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନାହିଁ। ମୃତଦେହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ। ମହିଳାଙ୍କ ପରିଚୟ ମିଳିବା ପରେ ମୃତଦେହ ବ୍ୟବଚ୍ଛେଦ ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଏହି ବସ୍ ରେ 30 ରୁ ଉର୍ଦ୍ଧ ଯାତ୍ରୀ ଥିଲେ । ତେବେ ବସଟି ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଡ୍ରାଇଭରଙ୍କ ଦେହ ସେହି ସମୟରେ ଅସୁସ୍ଥ ଥିବାରୁ ଦୁର୍ଘଟଣାଟି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଡ୍ରାଇଭରଙ୍କ ଅସୁସ୍ଥତାର ଖବର ପାଇ ନୂଆ ଡ୍ରାଇଭର ସାବରଙ୍ଗଙ୍କୁ ଗାଡି ମାଲିକ ପଠାଇଥିଲେ। ହେଲେ ସେହି ସମୟ ମଧ୍ୟରେ ହିଁ ସବୁ କିଛି ଓଲଟପାଲଟ ହୋଇଯାଇଛି। ବସଟି ରାସ୍ତାକଡକୁ ଗଡି ପଡିବାରୁ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଜଣେ ମହିଳା ଯାତ୍ରୀଙ୍କ ଦେହାନ୍ତ ମଧ୍ୟ ହୋଇଛି।

ଏହାମଧ୍ୟ ପଢନ୍ତୁ...ବାହନଗା ଟ୍ରାଜେଡି: SCBରେ ଆଖିବୁଜିଲେ ଆଉ ଜଣେ, ମୃତ୍ୟୁସଂଖ୍ୟା 293କୁ ବୃଦ୍ଧି

ଅପରପକ୍ଷେ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାସହ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହିବା ସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 7 ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.