ETV Bharat / state

ବାଇକ ସହ ବାଇକ ଧକ୍କା, 1ମୃତ

author img

By

Published : Dec 14, 2020, 8:37 AM IST

ଭଦ୍ରକ ଜିଲ୍ଲା ତାରିଣୀ ଛକ ନିକଟରେ ବାଇକ ସହ ବାଇକ ମୁହାଁମୁହିଁ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ବାଇକ ସହ ବାଇକ ଧକ୍କା
ବାଇକ ସହ ବାଇକ ଧକ୍କା

ଭଦ୍ରକ: ରାଜ୍ୟରେ ଦିନକୁ ଦିନ ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଶ୍ରୀବନ୍ତପୁର ତାରିଣୀ ଛକ ନିକଟରେ ବାଇକ ସହ ବାଇକ ମୁହାଁମୁହିଁ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି ।

ବାଇକ ସହ ବାଇକ ଧକ୍କା

ସୂଚନାନୁସାରେ,ବନ୍ତ ବ୍ଲକ ଅର୍ଜୁନଗଢ଼ିଆ ଗ୍ରାମର ଶ୍ରୀଧର ଜେନା, ପ୍ରଫୁଲ୍ଲ ଜେନା ବନ୍ତ ବଜାରକୁ ବାଇକରେ ଘରକୁ ଫେରୁଥିଲେ । ଅନ୍ୟ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପ୍ରଫୁଲ୍ଲ ଜେନାଙ୍କର ମୃତ୍ୟୁ ହୋଇଥିଲା ।

ବାଇକରେ ଥିବା ଅନ୍ୟ ତିନିଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ମୃତକ ପ୍ରଫୁଲ୍ଲ ଜେନା ଓ ଗୁରୁତର ଥିବା ଶ୍ରୀଧର ଜେନାଙ୍କର ପରିଚୟ ମିଳିଥିବା ବେଳେ, ଅନ୍ୟ ଦୁଇଜଣଙ୍କର ପରିଚୟ ମିଳିପାରିନାହିଁ। ତେବେ ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.