ETV Bharat / state

Cameraman Manas Murder Case: ଜେଲରୁ ମୁକୁଳିଲେ ନିରଞ୍ଜନ

author img

By

Published : Dec 17, 2022, 7:13 AM IST

Updated : Dec 17, 2022, 10:05 AM IST

ଜେଲରୁ ମୁକୁଳିଲେ ପୂର୍ବତନ ବରିଷ୍ଠ ପ୍ରଶାସକ ନିରଞ୍ଜନ ସେଠୀ । ମାନସ ସ୍ବାଇଁ ହତ୍ୟା ମାମଲାରେ କୋର୍ଟ ନିରଞ୍ଜନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ ପରେ ଗତକାଲି ସେ ଜେଲରୁ ମୁକୁଳିଛନ୍ତି । ଅଧିକ ପଢନ୍ତୁ

Manas Murder Case
Manas Murder Case
Manas Murder Case

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା । ଜେଲରୁ ମୁକୁଳିଲେ ପୂର୍ବତନ ବରିଷ୍ଠ ପ୍ରଶାସକ ନିରଞ୍ଜନ ସେଠୀ। ଭଦ୍ରକ ସ୍ବତନ୍ତ୍ର ଉପକାରାଗାରରୁ ଶୁକ୍ରବାର ଦିନ ମୁକ୍ତ ହୋଇଛନ୍ତି ନିରଞ୍ଜନ । ମାନସ ସ୍ୱାଇଁ ହତ୍ୟା ଘଟଣା ସମ୍ପୃକ୍ତି ଅଭିଯୋଗରେ ସେ ଜେଲ ଯାଇଥିଲେ । ଏହି ପୂର୍ବତନ ବରିଷ୍ଠ ପ୍ରଶାସକ ନିରଞ୍ଜନ ସେଠୀଙ୍କୁ ମାରାଥନ ଜେରା କରାଯିବା ପରେ ସେ ମାନସ ସ୍ୱାଇଁ ହତ୍ୟା ଘଟଣାରେ ନିଜର ସମ୍ପୃକ୍ତି ନେଇ ସ୍ଵୀକାର କରିଥିଲେ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସହ ମିଶି ମାନସକୁ ହତ୍ୟା କରିବା ପରେ ପ୍ରମାଣକୁ ନଷ୍ଟ କରିବା ପାଇଁ ଶର୍ମିଷ୍ଠାଙ୍କ ସାଥ ଦେବା କଥା ସ୍ବୀକାର କରିଥିଲେ ନିରଞ୍ଜନ ।

ଏହା ମଧ୍ୟ ପଢନ୍ତୁ: NIRBHAYA CASE: ନିର୍ଭୟା ମାମଲାକୁ ପୂରିଲା ୧୦ବର୍ଷ, ତଥାପି ଅପରାଧରେ ଲାଗୁନି ରୋକ୍‌

ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାଶପୁରରୁ ପ୍ରଥମେ ମାନସଙ୍କୁ ଅପହରଣ କରି ଭୁବନେଶ୍ଵରରେ ହତ୍ୟା ପରେ ମୃତଦେହ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ବଢିପାଟଣା ଧାନ ବିଲରୁ ଉଦ୍ଧାର ହୋଇଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ସାମ୍ନାକୁ ଆସିଥିଲା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅପହରଣ ଘଟଣା । ପରେ ଏହି ଘଟଣା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଦ୍ଵାରା ତଦନ୍ତ ଆରମ୍ଭ ହୋଇଥିଲା । ଶେଷରେ କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠୀ ଏବଂ ରଞ୍ଜନ ନାୟକଙ୍କ ସହ ଅନ୍ୟ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ତେବେ ଶୁକ୍ରବାର ପୂର୍ବତନ ବରିଷ୍ଠ ପ୍ରଶାସକ ନିରଞ୍ଜନ ସେଠୀଙ୍କୁ ଉଚ୍ଚ ନ୍ୟାୟାଳୟ ବେଲ ମଞ୍ଜୁର କରିଛନ୍ତି । ହେଲେ ଏବେ ବି ମୁଖ୍ୟ ଅଭିଯୁକ୍ତ ଥିବା ଶର୍ମିଷ୍ଠା ସହ ଝୁନା, ରଞ୍ଜନ, ସମେତ ଅନ୍ୟ 3 ଜଣ ଅଭିଯୁକ୍ତ ଜେଲରେ ଅଛନ୍ତି । ଜେଲରୁ ମୁକୁଳିବା ପରେ ନିରଞ୍ଜନ ସେଠୀ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନଦେଇ କେବଳ ‘ନୋ କମେଣ୍ଟସ୍’ ବୋଲି କହିଥିଲେ ।

ଇଟିଭି ଭାରତ, ଭଦ୍ରକ

Last Updated : Dec 17, 2022, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.